ଅନୁଗୁଳ: ଅନୁଗୁଳ ଶାଖା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପଞ୍ଚମହଲା ସ୍ଥିତ ଆଦୃତ ଶିଶୁ ଭବନ ଠାରେ ନୂତନ ଅତ୍ୟାଧୁନିକ ପାଠାଗାର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ପ୍ରବନ୍ଧକ ଡ. ବନ୍ଦନା ଅଗ୍ରୱାଲ, ଅନୁଗୁଳ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟର ପ୍ରବନ୍ଧକ ମାନସ ରଞ୍ଜନ ଆଚାର୍ଯ୍ୟଙ୍କ ସହ ପ୍ରଭାକର ରାଓ, ଦେବାଶିଷ ଭୋଇ, ନିର୍ମଳ କୁମାର ମିଶ୍ର ଉପସ୍ଥିତ ରହିଥିଲେ।
ଏ ଅବସରରେ ବ୍ୟାଙ୍କ ତରଫରୁ ପୁସ୍ତକ ଓ କମ୍ପ୍ୟୁଟର ପ୍ରଦାନ କରାଯାଇଛି। ଏହାଦ୍ୱାରା ଆଦୃତର ୯୩ଜଣ ବାଳକ ବାଳିକା ଉପକୃତ ହୋଇଛନ୍ତି। କାର୍ଯ୍ୟକ୍ରମରେ ଆଦୃତ ତରଫରୁ ସୁପ୍ରକାଶ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।