ମଦ ବୋଝେଇ ଅଟୋ ଜବତ, ୨ ଗିରଫ

You are currently viewing ମଦ ବୋଝେଇ ଅଟୋ ଜବତ, ୨ ଗିରଫ

ଅନୁଗୁଳ : ଅନୁଗୁଳ ସଦର ପୁଲିସ ସୋମବାର ବିଳମ୍ବିତ ରାତିରେ ଏକ ବିଦେଶୀ ମଦ ବୋଝେଇ ଅଟୋ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।

ସୂଚନା ଯେ,ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ସଦର ପୁଲିସ ପଞ୍ଚମହଲା ବେହେରା ଭୁଇଁସାହିର ସୁଶୀଲ ସାହୁଙ୍କ ଘରେ ଚଢ଼ଉ କରିଥିଲା । ଚଢ଼ାଉ ବେଳେ ପୁଲିସ ବନ୍ତଳା ଥାନା ଅନ୍ତର୍ଗତ ପୋକ ତୁଙ୍ଗା ଗାଁର ବ୍ରଜକିଶୋର ମୁଦୁଲି ଏକ ଅଟୋ ନଂ. (ଓଡି୧୯ଜେ- ୬୬୩୨)ରେ ସୁଶିଲଙ୍କ ଘରୁ ପ୍ରାୟ ୧୦୪ ଲିଟର ବିଦେଶୀ ମଦ ଲୋଡ୍ କରୁଥିଲା। ସୁଶୀଲ କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ପୁଲିସ ଏକ ମାମଲା ରୁଜୁ କରି ସୁଶୀଲ ଓ ବ୍ରଜକିଶୋରଙ୍କୁ ଗିରଫ କରିବା ସହ ଅଟୋ ଜବତ କରିଛି।

Share

Leave a Reply