ନକଲି କାଗଜପତ୍ର ଦେଖାଇ ୫୬ ଲକ୍ଷ ଟଙ୍କାର ଟ୍ରକେ ମଦ ନେଇଯାଇଥିଲେ ଦୁର୍ବୃତ୍ତ, ମାଡ଼ି ବସିଲା ପୋଲିସ

You are currently viewing ନକଲି କାଗଜପତ୍ର ଦେଖାଇ ୫୬ ଲକ୍ଷ ଟଙ୍କାର ଟ୍ରକେ ମଦ ନେଇଯାଇଥିଲେ ଦୁର୍ବୃତ୍ତ, ମାଡ଼ି ବସିଲା ପୋଲିସ

ଅନୁଗୁଳ: ଫିଲ୍ମ ଦେଖି କ୍ରାଇମ କରିବା ଏବେ ଟ୍ରେଣ୍ଡ ପାଲଟିଛି। ଏହାର ସଦ୍ୟତମ ଉଦାହରଣ ଅନୁଗୁଳରେ ଦେଖିବାକୁ ମିଳିଛି। ଅନୁଗୁଳର ମୋଷ୍ଟ ୱାଣ୍ଟେଡ ଅପରାଧୀ ଏବେ ଜାଲ କରି ଗୋଟିଏ କି ଦୁଇ ବୋତଲ ନୁହେଁ ବରଂ ପୂରା ମଦ ଟ୍ରକ ଚୋରି କରିନେଇଛି। ପ୍ଲାନ ମୁତାବକ ଚୋରି ବି ସଫଳ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟକୁ ପୋଲିସ ଟ୍ରକକୁ ଖୋଜି ନେଇଛି। ତେବେ ଅଭିଯୁକ୍ତ ସୋନୁକୁ ପୋଲିସ ଗିରଫ କରି ତା ଠୁ ସତ ଓଗାଳିବାକୁ ଚେଷ୍ଟା କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କୁଖ୍ୟାତ ଅପରାଧୀ ସୋନୁ ଜେନାର ପ୍ଲାନ ମୁତାବକ ତା ଲୋକମାନେ ଭୁବନେଶ୍ୱରର ଭଗବାନପୁର ଅଞ୍ଚଳରେ ଥିବା ମଦ କାରଖାନାରୁ ଜାଲ କାଗଜପତ୍ର ଦେଖାଇ ଟ୍ରକରେ ମଦ ଆଣିଥିଲେ। ଯେମିତି କାହାର ସନ୍ଦେହ ହେବ ନାହିଁ ସେଥିପାଇଁ ଟ୍ରକର ରଙ୍ଗ ପରିବର୍ତ୍ତନ କରାଯିବା ସହ ନକଲି ଡିଏଲ୍, ଆରସି, ଇନସୁରାନ୍ସ, ପ୍ୟାନ ଓ ଆଧାରକାର୍ଡ ବି ପ୍ରସ୍ତୁତ କରିଥିଲେ ଅପରାଧୀ। ଟ୍ରାନ୍ସପୋର୍ଟର ପରିଚୟ ଦେଇ ମଦ କାରଖାନାରେ ପହଞ୍ଚିବା ପରେ ସମ୍ବଲପୁର ପାଇଁ ୫୬ ଲକ୍ଷ ଟଙ୍କାର ମାଲ ଟ୍ରକରେ ଲୋଡ୍ କରାଗଲା। କିନ୍ତୁ ଅଭିଯୁକ୍ତମାନେ ମଦ ବୋଝେଇ ଗାଡ଼ି ଧରି ସମ୍ବଲପୁର ବଦଳରେ ଅନୁଗୁଳ ଆସିଥିଲେ। ପୋଲିସକୁ ଭୁଆଁ ବୁଲାଇବା ପାଇଁ ମାଷ୍ଟରମାଇଣ୍ଡ ସୋନୁ, ଡ୍ରାଇଭରକୁ ଫୋନ ଦେଇ ବସରେ ରାୟପୁର ପଠାଇ ଦେଇଥିଲା। କ୍ରାଇମ ପାଇଁ ଫେକ୍ ଡକ୍ୟୁମେଣ୍ଟ ଦେଇ କିଣାଯାଇଥିବା ସିମ୍ କାର୍ଡ ଓ ଫୋନକୁ ଡ୍ରାଇଭର ବ୍ରାହ୍ମଣୀ ନଦୀରେ ଫୋପାଡ଼ି ଦେଇଥିଲେ।
ତେବେ ପୋଲିସରେ ଅଭିଯୋଗ ପରେ ମାମଲାର ଖୋଳତାଡ଼ ଚାଲିଛି। ପ୍ରକାଶ ଯେ ସୋନୁ ନାଁରେ ୩୦ରୁ ଅଧିକ ମାମଲା ରହିଛି। କେବଳ ମଦ ଗାଡ଼ି ନୁହେଁ, ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଟ୍ୟାଙ୍କର ଉଠାଇ ନେବା ଭଳି ଅଭିଯୋଗ ବି ସୋନୁ ନାଁରେ ରହିଛି।

Share

Leave a Reply