ସୁରେଶ୍ବରୀ ଜଳପ୍ରପାତ, କେନାଲ ଓ ପାର୍କ ସଫେଇ କଲେ ଅଞ୍ଚଳବାସୀ

You are currently viewing ସୁରେଶ୍ବରୀ ଜଳପ୍ରପାତ, କେନାଲ ଓ ପାର୍କ ସଫେଇ କଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତର ଡଙ୍ଗାପାଳ ଠାରେ ଥ‌ିବା ସୁରେଶ୍ବରୀ ଜଳପ୍ରପାତ, ଦୁଇଟି କେନାଲ ଓ ପାର୍କକୁ ରବିବାର ସଫେଇ କରାଯାଇଛି। ଏହି କେନାଲ ଓ ପାର୍କର ଉନ୍ନତିକରଣ ପାଇଁ ଆଠମଲ୍ଲିକ ବିଧାୟକ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ କିଭଳି ଏହାର ଉନ୍ନତି ହେବ ଏ ନେଇ ପଞ୍ଚାୟତବାସୀ ଏକଜୁଟ ହୋଇଛନ୍ତି।
ରବିବାର ଦିନ ଜିଲ୍ଲା ପରିଷଦ ସଦସ୍ୟ ବବିତା ପ୍ରଧାନଙ୍କ ନେତୃତ୍ୱରେ ବାମୁର ସରପଞ୍ଚ ସଂଜୀବ କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, ୱାର୍ଡ ସଭ୍ୟ ପଦ୍ମଲୋଚନ ଲୁହା, ବଳରାମ ବେହେରା, ବିଭୂତି ଷଣ୍ଢ, ରୁଦ୍ର ନାରାୟଣ ପ୍ରଧାନ, ବିଦେଶୀ ପ୍ରଧାନ, ବଂଶୀ ବେହେରା, ସୁଶାନ୍ତ ସାହୁଙ୍କ ସମେତ ଅଞ୍ଚଳବାସୀ ସାମିଲ ହୋଇ ସଫେଇ କରିଥିଲେ। ଏହି ପାର୍କରେ ପଡ଼ିଥିବା ସମସ୍ତ ଅଳିଆ ଆବର୍ଜନା, ମଦ ବୋତଲ, ଭଙ୍ଗା ଯାଇଥିବା କାଚ ଖଣ୍ଡ ସହ ଲଟି ବୁଦାକୁ ସଫା କରାଯାଇଥିଲା। ଏହି ଅଞ୍ଚଳର ବିକାଶ ପାଇଁ ସର୍ବଦା ଉଦ୍ୟମ ରଖିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଚଳବାସୀଙ୍କୁ କହିଥିଲେ।

Share

Leave a Reply