ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ୧ ଲକ୍ଷ ୫୧ ହଜାର ଟଙ୍କାର ୧୨୦ ପେଟି ଅଣ୍ଡା ଲୁଟ ଘଟଣାରେ ପୋଲିସ ଦୁଇ ଯୁବକ ଜିନିଅସ ଓ କମଳଲୋଚନଙ୍କୁ ଗିରଫ କରିଛି।
ଭୁବନେଶ୍ୱରରୁ ଟାଟା ଏସି ଗାଡ଼ିରେ ଅନୁଗୁଳ ପଠାଯାଇଥିବା ଅଣ୍ଡା ଛେଣ୍ଡିପଦାରେ ଏକ ପିକଅପ ଭ୍ୟାନରେ ଲୋଡ଼ କରାଯାଇ ଦେବଗଡ଼ରେ ବିକ୍ରି କରାଯାଇଥିଲା। ଛେଣ୍ଡିପଦା ପୋଲିସ ସିସିଟିଭି ଯାଞ୍ଚ କରି ପିକଅପ ଭ୍ୟାନ ସହ ଦେବଗଡ଼ରୁ ଲୁଟ ଅଣ୍ଡା ଜବତ କରିଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ ଫେରାର ଥିବା ଥାନା ଏସଆଇ ରାଜେଶ ଶତପଥୀ ସୂଚନା ଦେଇଛନ୍ତି।