ଅନୁଗୁଳ: ଦିନ ଦ୍ୱିପ୍ରହରରେ ସ୍ଥାନୀୟ ଶାନ୍ତି ବଜାର ନିକଟରେ ଜଣେ ବେପାରୀ ଠାରୁ ୨ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଶୁକ୍ରବାର ବଲାଶିଙ୍ଗା ବାଲି ସାହିର ବେପାରୀ ପ୍ରକାଶ ବିଶ୍ଵାଳ ଦୋକାନ ପାଇଁ ରାସନ୍ ସାମଗ୍ରୀ ନେବାକୁ ଶାନ୍ତି ବଜାର ଯାଇଥିଲେ। ସେ ଟାଟା ଏସିରେ ମାଲ ରଖିବା ବେଳେ ଲକ୍ଷେ ବାର ହଜାର ଟଙ୍କା ଏବଂ ମୋବାଇଲକୁ ହାଣ୍ଡ ବ୍ୟାଗରେ ରଖି ଗାଡ଼ିରେ ଥୋଇଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ଟଙ୍କା ବ୍ୟାଗ୍ ଉଠାଇ ନେଇ ପଳାଇଥିଲେ। ଏନେଇ ସେ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।
ଦିନ ଦ୍ୱିପ୍ରହରରେ ବେପାରୀଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ତଦନ୍ତ କରୁଛି ପୋଲିସ
- Post published:February 25, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul