ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ ଶିଶୁ ହାଟିଂ ଠାରେ ଥବା ଲାଇସେନ୍ସ ପ୍ରାପ୍ତ ଦେଶୀମଦ ଦୋକାନ ଲୁଟ ଘଟଣାର ୨ ଅଭିଯୁକ୍ତଙ୍କୁ ପୁଲିସ ଶୁକ୍ରବାର ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଫେବୃଆରି ୪ ତାରିଖରେ ଶିଶୁ ହାଟିଂର ସୁଦାନନ୍ଦ ଦାସ(୨୭) ଓ ତ୍ରୀନାଥ ତାରିଆ(୧୮) ଏହି ଦେଶୀ ମଦ ଦୋକାନରେପଶି କର୍ମଚାରୀଙ୍କୁ ମାଡ଼ମାରି ୮୪ ହଜାର ୬୦ ଟଙ୍କା ଲୁଟ କରିଥିଲେ । ଏଥିରେ ଦୋକାନ କର୍ମଚାରୀ ବିକାଶ ଯାଦବ ଗୁରୁତର ଆହତ ହୋଇଥିଲେ । ଏ ନେଇ ବିକାଶ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଥାନା କେସ ନଂ ୨୮/୨୧ରେ ଦଫା ୩୯୫, ୩୦୭ରେ ମାମଲା ରୁଜୁକରି ଘଟଣାରେ ତଦନ୍ତ କରୁଥିଲା । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।
ମଦ ଦୋକାନରୁ ଲୁଟ ଘଟଣା; ୨ ଅଭିଯୁକ୍ତ ଗିରଫ
- Post published:March 13, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul