ଅନୁଗୁଳ: ଅମଲାପଡ଼ା ମା’ ବାସନ୍ତୀ ଦୁର୍ଗା ପୂଜା କମିଟି ପକ୍ଷରୁ ଅଷ୍ଟାଦଶ ଦୁର୍ଗୋତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ଦେବୀଙ୍କ ପ୍ରତିମୂର୍ତ୍ତିକରେ ରଙ୍ଗ ଦେବା କାମ ଚାଲିଥିବା ବେଳେ ମେଢ ଓ ତୋରଣ କାମ ଆଗେଇ ଚାଲିଛି।ଆସନ୍ତା ୧୪ ତାରିଖରେ ଷଷ୍ଠୀ ପୂଜା,ବିଲ୍ଵବରଣ,ସନ୍ଧ୍ୟାରେ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ,୧୫ ତାରିଖରେ ମହା ସପ୍ତମୀ ପୂଜା,ଚଣ୍ଡୀ ପାଠ,ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ,୧୬ ତାରିଖରେ ମହାଷ୍ଟମୀ ପୂଜା,ସନ୍ଧିପୂଜା ସନ୍ଧ୍ୟାରେ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ସାମରିକ କଳା କୌଶଳ ପ୍ରଦର୍ଶନ,୧୭ ତାରିଖରେ ମହାନବମୀ ପୂଜା,ନବ କୁମାରୀ ପୂଜା,ସକାଳ ବେଳା ରକ୍ତଦାନ ଶିବିର,ସନ୍ଧ୍ୟାରେ ସାମୁହିକ ଦାଣ୍ଡିଆ ୧୮ ତାରିଖରେ ଅପରାଜିତା ପୂଜା,ପୂର୍ଣ୍ଣାହୁତି ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ରହିଛି। ଏହାଛଡା ଉତ୍ସବ ପରିସରରେ ଛୋଟ ପିଲାଙ୍କ ପାଇଁ ଫନ୍ ଜୋନ୍,ଫୁଡ୍ କୋର୍ଟ,ଏସଏସଏଚଜି ଗ୍ରୁପ୍ ଦ୍ଵାରା ସେମାନଙ୍କ ପ୍ରସ୍ତୁତ କଣ୍ଢେଇ,ଖେଳନା ଓ ଖାଦ୍ୟ ଶସ୍ୟ ବିକ୍ରି ଆଦି କରାଯିବ।ସହର ବାସୀ ବହୁ ସଂଖ୍ୟାରେ ଏହି ଦୁର୍ଗୋତ୍ସବରେ ଯୋଗ ଦେବା ପାଇଁ ପୂଜା କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ,ସମ୍ପାଦକ ଅନୁପ କୁମାର ମହାନ୍ତି ଏବଂ ଉପଦେଷ୍ଟା ଆଡଭୋକେଟ ପ୍ରଦୀପ କୁମାର ଦେବତା ଜଣାଇଛନ୍ତି ।
ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚୁଡାନ୍ତ: ଆସନ୍ତା ୧୪ ରୁ ଷଷ୍ଠୀ ପୂଜା
- Post published:April 12, 2024
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul