ମା’ ବାସନ୍ତୀ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

You are currently viewing ମା’ ବାସନ୍ତୀ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଅନୁଗୁଳ: ସ୍ଥାନୀୟ ହେମସୁରପଡ଼ା ମହାଦେବ ମନ୍ଦିର ପରିସରରେ ମା’ ବାସନ୍ତୀ ଦୁର୍ଗା ପୂଜା କମିଟି, ଅମଲା ପଡ଼ାର ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲେ। କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ପୂର୍ବ ବର୍ଷର ଆୟବ୍ୟୟ ଏବଂ ଚଳିତ ବର୍ଷର ପୂଜାକୁ କିଭଳି ସରସ ସୁନ୍ଦର କରାଯିବ ସେଥିନେଇ ଆଲୋଚନା ହୋଇଥିଲା। ବାସନ୍ତୀ ଦୁର୍ଗାପୂଜା ପଡିଆର ଉନ୍ନତି ପାଇଁ ସରକାର ୧ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କୁ କମିଟି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

ବୈଠକରେ ଉପଦେଷ୍ଟା ଆଇନଜୀବୀ ପ୍ରଦୀପ କୁମାର ଦେବତା, ଉପସଭାପତି ଯତୀନ ସେଠୀ,କୋଷାଧ୍ୟକ୍ଷ ରଶ୍ମି ରଞ୍ଜନ ପ୍ରଧାନଙ୍କ ସମେତ ଗୁରୁ ମହାନ୍ତି, ଶୁଭେନ୍ଦୁ ପ୍ରଧାନ, ଜୟ ପଟ୍ଟନାୟକ, ଅମ୍ବିକା ଦେବତା, ରିତେଶ ଦଳବେହେରା, ଅନିଲ ପଟ୍ଟନାୟକ ପ୍ରତାପ ମାଝୀ ବିଜୁ ରାଉତ୍ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply