ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଛି। ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଭାଘରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି, ରାଜ୍ୟ ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ସ୍ୱତନ୍ତ୍ର ସମ୍ମାନିତ ଅତିଥି, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟବକ୍ତା, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡ଼ା ବିଧାୟକ ଯୋଗ ଦେଇଥିଲେ।
ଆଇନମନ୍ତ୍ରୀ ନିଜ ଭାଷଣରେ ମଧୁବାବୁ ଆଇନ ବୃତ୍ତିର ଆଦିପୁରୁଷ ଓ ବହୁମୁଖୀ ପ୍ରତିଭାର ମୂର୍ତ୍ତିବନ୍ତ ପ୍ରତୀକ କହିବା ସହିତ ଆଇନଜୀବୀ ମାନେ ମଧୁବାବୁଙ୍କ ଦର୍ଶନକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥିମାନେ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ଅତିଥିମାନେ ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ସାହୁଙ୍କ ସମ୍ପାଦନରେ ପ୍ରସ୍ତୁତ ସ୍ମରଣିକା ଉନ୍ମୋଚନ କରିଥିଲେ। ପରେ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର, ପରମାନନ୍ଦ ମିଶ୍ର, ସୁରେଶ ମିଶ୍ର, ଜଗତା ମୋହନ ଦାସ, ବୈକୁଣ୍ଠ ପ୍ରଧାନ, ସୁବାସ ସାହୁ, ବିଭୂତି ଦାସ, ଶ୍ରୀକାନ୍ତ ଗଡ଼ନାୟକ, ସନ୍ତୋଷ ମହାପାତ୍ର, ବିପ୍ରଚରଣ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ପ୍ରତାପ କୁମାର ନାଏକ, ସାଧାରଣ ସମ୍ପାଦକ ଧ୍ରୁବଚରଣ ସାହୁ, ସହସମ୍ପାଦକ ପୁରୁଷୋତ୍ତମ ନାୟକ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ, ସାଂସ୍କୃତିକ ସମ୍ପାଦକ ଜ୍ୟୋତ୍ସ୍ନାମୟୀ ସାହୁ,
ବରିଷ୍ଠ ଆଇନଜୀବୀ ଭବାନୀ ପ୍ରସାଦ ମିଶ୍ର, ଦୁର୍ଗା ପ୍ରସାଦ ମିଶ୍ର, ଭାସ୍କର ବେହେରା, ଉଦୟ ଶଙ୍କର ମିଶ୍ର, ଦ୍ବାରିକା ପ୍ରସାଦ ନନ୍ଦ, ଗୋପାଳ ଚନ୍ଦ୍ର ନାଥ, ପ୍ରଦୀପ ଦେବତା, ସୋମନାଥ ରାଉତ, ଅର୍ଜୁନ ମୁଦୁଲି, ସଞ୍ଜୟ କୁମାର ସାହୁ, ବିନୋଦ କୁମାର ସାମଲ, ପାର୍ଥସାରଥୀ ପ୍ରଧାନ, ଆଶୀର୍ବାଦ ସାହୁ, ସୌରଭ ମହାନ୍ତି, ଦିବ୍ୟଦର୍ଶୀ ବଳିୟାରସିଂ ପ୍ରେମାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଗୁଳ ଓକିଲ ସଂଘ ପାଳିଲା ମଧୁ ଜୟନ୍ତୀ ଓ ଆଇନଜୀବୀ ଦିବସ
