ସାତକୋଶିଆ ଗଣ୍ଡ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ବୋଟିଂ କରି କଲେ ସମୀକ୍ଷା

You are currently viewing ସାତକୋଶିଆ ଗଣ୍ଡ ପରିଦର୍ଶନ କଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ବୋଟିଂ କରି କଲେ ସମୀକ୍ଷା

ଅନୁଗୁଳ: ଅନୁଗୁଳରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟ। ଆଜି ଏହି ଟିମ୍ ଅନୁଗୁଳ ଜିଲ୍ଲା ଟିକରପଡାର ମହାନଦୀ ଅବବାହିକା ସାତକୋଶିଆ ଗଣ୍ଡ ପରିଦର୍ଶନ କରିଛନ୍ତି। ଜଷ୍ଟିସ୍ ଏ.ଏମ୍. ଖାନୱାଲିକରଙ୍କ ନେତୃତ୍ୱରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌରଙ୍କ ସମେତ ପ୍ରାୟ ୯ ଜଣ ଜଷ୍ଟିସ ଏହି ଟିମରେ ଅଛନ୍ତି। ଜଷ୍ଟିସ ମାନେ ହେଲିକପ୍ଟର ଯୋଗେ ସିଧା ଟିକରପଡ଼ାରେ ପହଞ୍ଚିଛନ୍ତି। ଟ୍ରିବୁନାଲ ଟିମ୍ ପ୍ରଥମେ ମହାନଦୀର ସାତକୋଶିଆ ଗଣ୍ଡକୁ ହେଲିକପ୍ଟର ଯୋଗେ ବୁଲି ଦେଖିଥିଲେ। ଏହାପରେ ସାତକୋଶିଆ ଗଣ୍ଡକୁ ବୋଟିଂରେ ଯାଇ ସେଠାରେ ଜଳର ସ୍ରୋତ ଓ ଗଭୀରତା ଦେଖିବା ସହ ଜଳ ପ୍ରବାହର ସ୍ଥିତି ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହି ଟିମ ସେହି ସ୍ଥାନ ପରିଦର୍ଶନ କରିବା ସହ ଏଠାରେ ଡ୍ୟାମ ହୋଇଥିଲେ ସ୍ଥିତି କଣ ହୋଇଥାନ୍ତା ସେ ନେଇ ସମୀକ୍ଷା କରିଥିଲେ। ଛତିଶଗଡ଼ ଅଧିକ ଡ୍ୟାମ ନିର୍ମାଣ ଯୋଗୁ ସାତକୋଶିଆ ଗଣ୍ଡରେ ଏହାର କଣ ପ୍ରଭାବ ପଡୁଛି ସେନେଇ ବିସ୍ତୃତ ଭାବେ ସେଣ୍ଟ୍ରାଲ ୱାଟର କମିଶନ କର୍ତ୍ତୃପକ୍ଷ, ରାଜ୍ୟ ବନ ବିଭାଗ ଏବଂ ପ୍ରଶାସନ ସହ ଆଲୋଚନା କରିଥିଲେ।

Share

Leave a Reply