ହିଙ୍ଗୁଳା ଯାତ୍ରା ଉପଲକ୍ଷେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

You are currently viewing ହିଙ୍ଗୁଳା ଯାତ୍ରା ଉପଲକ୍ଷେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

ଅନୁଗୁଳ: ପ୍ରସିଦ୍ଧ ଗୋପାଳପ୍ରସାଦ ହିଙ୍ଗୁଳା ଯାତ୍ରା ଅବସରରେ ମହାରାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ଖୋଲା ଯାଇଥିଲା। ପୂର୍ବତନ କାଉନସିଲର ତଥା ବିଶିଷ୍ଟ ବ୍ୟବସାୟୀ ସତ୍ୟାନନ୍ଦ ଦଳବେହେରା ଏହାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ସ୍କୁଲ ଏସ ଆଇ ବୃନ୍ଦାବନ ସ୍ୱାଇଁ , ପୂର୍ବତନ କାଉନସିଲ ମହେଶ୍ୱର ଜେନା ଓ ମହାରାଣୀ ଟ୍ରଷ୍ଟର ନିର୍ଦ୍ଦେଶକ ଅଜୟ କୁମାର ଦଳବେହେରା ଯୋଗ ଦେଇଥିଲେ । ଅନୁଗୁଳରୁ ହିଙ୍ଗୁଳା ମନ୍ଦିର ଯାଉଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ କୁଇଓ ତାଳତୈଳା ନିକଟରେ ଥଣ୍ଡା ପାନୀୟ ଜଳ ସାଙ୍ଗକୁ,ଦହି ସରବତ୍, ସ୍କ୍ବାଶ ପାଣି ଓ ତରଭୁଜ ଆଦି ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା। ସୁନିଲ ଦଳବେହେରା,ଅନିଲ ଦଳବେହେରା ଓ ବିଶାଲ ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply