ଝିଅ ଜ୍ୱାଇଁଙ୍କୁ ଆକ୍ରମଣ କରିଥିବା ନେଇ ଭଣଜା ନାଁରେ ଏତଲା ଦେଲେ ବିଧବା ମାଇଁ

You are currently viewing ଝିଅ ଜ୍ୱାଇଁଙ୍କୁ ଆକ୍ରମଣ କରିଥିବା ନେଇ ଭଣଜା ନାଁରେ ଏତଲା ଦେଲେ ବିଧବା ମାଇଁ

ଛେଣ୍ଡିପଦା: ଭଣଜା ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମାଇଁ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମରେ ଝିଅ ଜ୍ୱାଇଁଙ୍କୁ ଭଣଜା ଗାଳିଗୁଲଜ କରିଥିବା ନେଇ ମାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, କୋଶଳା ଗାଁର ବାରି ସାହୁଙ୍କ ସ୍ୱାମୀଙ୍କର ଦୀର୍ଘ ବର୍ଷ ହେଲାଣି ମୃତ୍ୟୁ ଘଟିଛି। ଏଣୁ ୯ ବର୍ଷ ହେଲାଣି ତାଙ୍କ ପାଖେ ଝିଅ ଜ୍ୱାଇଁ ରହୁଛନ୍ତି l ସେମାନେ କାହିଁକି ସେଠାରେ ରହୁଛନ୍ତି ବୋଲି ବାରି ସାହୁଙ୍କ ଭଣଜା ବାସୁ ସାହୁ ଘରକୁ ଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାରପିଟ କରିଛନ୍ତି। ସେମାନଙ୍କୁ ଜୀବନରୁ ମାରିଦେବା ପାଇଁ ବି ଧମକ ଦେଇଛନ୍ତି l ବୟସର ଅପରାହ୍ନରେ ସେ କେଉଁଠିକି ଯିବେ କହି ଭଣଜା ନାଁରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାରିଙ୍କ ଏତଲା ଆଧାରରେ ଛେଣ୍ଡିପଦା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share

Leave a Reply