୬ ଦଫା ଦାବିରେ ମଜଦୁର ସଂଘର ଗଣଧାରଣା

You are currently viewing ୬ ଦଫା ଦାବିରେ ମଜଦୁର ସଂଘର ଗଣଧାରଣା

ଅନୁଗୁଳ: ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଅସହଯୋଗ, ନିଷ୍କ୍ରିୟତା ତଥା ପାତର ଅନ୍ତର ନୀତିକୁ ବିରୋଧ କରି ଭାରତୀୟ ମଜଦୁର ସଂଘ ପକ୍ଷ ରୁ ଶୁକ୍ରବାର ଗଣଧାରଣା ଦିଆଯାଇଛି। ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ଏହି ଧାରଣା ଦେଇଛି। ପୂର୍ବରୁ ଏନେଇ ବିଭିନ୍ନ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଥିଲା। ଏଣୁ ଛଅ ଦଫା ଦାବି ନେଇ ଆଜି ସଂଘ ବାଧ୍ୟ ହୋଇ ଦିନିକିଆ ପ୍ରତିବାଦ କରିଛି। ଏହି ଧାରଣାରେ ଭାରତୀୟ ମଜଦୁର ସଂଘର ଅନୁଗୁଳ ଜିଲ୍ଲା ସଭାପତି ପ୍ରଶାନ୍ତ ସାହୁ, ଢେଙ୍କାନାଳ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ଅନୁଗୁଳ ଜିଲ୍ଲା ସମ୍ପାଦକ ଅଜୟ କୁମାର ପାଢ଼ୀ, ଢେଙ୍କାନାଳ ଜିଲ୍ଲା ସମ୍ପାଦକ ଦୁର୍ଗାପ୍ରସାଦ ମିଶ୍ର, ଜିଲ୍ଲା ପ୍ରଭାରୀ ସଞ୍ଜୟ ଦେହୁରୀ, ନିରୋଦ ଚନ୍ଦ୍ର ପାଲ୍, ଡମ୍ବରୁଧର ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ପଞ୍ଜୀକୃତ ୟୁନିଅନର ସାଧାରଣ ସମ୍ପାଦକ, ସଭାପତି ଓ ଅନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply