ସମ୍ପର୍କୀୟ ଭାଣିଜୀଙ୍କୁ ଅପହରଣକରି ମାମୁ ଗିରଫ

You are currently viewing ସମ୍ପର୍କୀୟ ଭାଣିଜୀଙ୍କୁ ଅପହରଣକରି ମାମୁ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକା ସମ୍ପର୍କୀୟ ଭାଣିଜୀଙ୍କୁ ଅପହରଣ କରି ତାଙ୍କ ମାମୁଁ ଗିରଫ ହୋଇଛନ୍ତି।

ସୂଚନା ଯେ, ଗତ ୩୧ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ ଜେରେଙ୍ଗ ଗାଁର ଲିଙ୍କୁନ ସାହୁ(୨୪) ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ସମ୍ପର୍କୀୟ ୧୬ ବର୍ଷର ଭାଣିଜୀଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ତରଫରୁ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଜରପଡ଼ା ଥାନା ଅନ୍ତର୍ଗତ ଜେରେଙ୍ଗରୁ ନାବାଳିକାଙ୍କୁ ଉଦ୍ଧାରକରି ଅଭିଯୁକ୍ତ ମାମୁଙ୍କୁ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply