ବଢ଼ି ପାଣିରୁ ମାଛ ମାରିବା ହେଲା କାଳ : ଲିଙ୍ଗରା ନାଳରେ ହୋମ୍ ପାଇପରେ ଫସି ଜଣଙ୍କ ମୃତ୍ୟୁ

You are currently viewing ବଢ଼ି ପାଣିରୁ ମାଛ ମାରିବା ହେଲା କାଳ : ଲିଙ୍ଗରା ନାଳରେ ହୋମ୍ ପାଇପରେ ଫସି ଜଣଙ୍କ ମୃତ୍ୟୁ

ଅନୁଗୁଳ : ମାଛ ମାରିବାକୁ ଯାଇ ଜଣେ ମୃତ। ମୃତକ ହେଲେ ଅନୁଗୁଳ ସହର ନିକଟବର୍ତ୍ତୀ ଲିଙ୍ଗରାଯୋଡି ଗାଁର ଅନୁପମ ନାଏକ (୪୦)। ସେ ପେଶାରେ ଜଣେ ଟ୍ରକ ବଡି ଗ୍ୟାରେଜ ମିସ୍ତ୍ରୀ।

ସୂଚନା ମୁତାବକ, ଡେରଜାଙ୍ଗ ଜଳ ଭଣ୍ଡାର ବଢ଼ି ପାଣି ନିଷ୍କାସନ କରିଥିବାରୁ ଅନୁପମ ଆଜି ଲିଙ୍ଗରା ନାଳକୁ ଗାଧୋଇବା ସହ ମାଛ ମାରିବାକୁ ଆସିଥିଲେ। ଉକ୍ତ ସ୍ଥାନରେ ଏକ ବ୍ରିଜ ନିର୍ମାଣାଧୀନ ଅବସ୍ଥାରେ ରହିଥିବା ବେଳେ ହୋମ ପାଇପ ପକାଇ ଏକ ଅସ୍ଥାୟୀ ରାସ୍ତା କରାଯାଇଥିଲା। ଗାଧୋଇବା ସମୟରେ ନାଳରେ ପଡିଥିବା ହୋମ ପାଇପ ମଧ୍ୟରେ ଅନୁପମ ଫସି ଯାଇଥିଲେ। ଦୀର୍ଘ ସମୟ ଧରି ଅନୁପମଙ୍କୁ ନ ପାଇ ସାଙ୍ଗ ମାନେ ସ୍ଥାନୀୟ ଲୋକ ଓ ଅନୁଗୁଳ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ହୋମ ପାଇପ ଅଧାରୁ ଅନୁପମଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ। ମୃତ ଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ଭର୍ତ୍ତି କରାଯାଇଛି।

Share

Leave a Reply