ଶୌଚ ହେବାକୁ ଯିବା ବେଳେ ଆକ୍ରମଣ କଲା ହାତୀ, ଜଣେ ଗୁରୁତର

You are currently viewing ଶୌଚ ହେବାକୁ ଯିବା ବେଳେ ଆକ୍ରମଣ କଲା ହାତୀ, ଜଣେ ଗୁରୁତର

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ମହେଶ୍ୱର ପ୍ରଧାନ।

ଧୋକୁଟା ଗ୍ରାମରେ ଜଣେ ବନ୍ଧୁଙ୍କ ଘରେ ରହି କାମ କରୁଥିବା ଟାକରସିଙ୍ଗା ଗ୍ରାମର ମହେଶ୍ୱର ପ୍ରଧାନ ଆଜି ଭୋରରୁ ଶୌଚ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଜଙ୍ଗଲ ମଧ୍ୟରୁ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ବନ୍ତଳାରୁ ବଡକେରା ରାଜପଥ ଅବରୋଧ କରିଛନ୍ତି। ଖବର ଲେଖା ହେବା ସୁଦ୍ଧା କୌଣସି ସରକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

Share

Leave a Reply