ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ସ୍କୁଟର ସ୍ମାର୍ଟ ଆକ୍ଟିଭାର ବଜାର ପ୍ରବେଶ, ଫାଇନାନ୍ସରେ ବି କିଣିପାରିବେ ଗ୍ରାହକ

You are currently viewing ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ସ୍କୁଟର ସ୍ମାର୍ଟ ଆକ୍ଟିଭାର ବଜାର ପ୍ରବେଶ, ଫାଇନାନ୍ସରେ ବି କିଣିପାରିବେ ଗ୍ରାହକ

ଅନୁଗୁଳ : ଅନୁଗୁଳ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ସ୍କୁଟର ସ୍ମାର୍ଟ ଆକ୍ଟିଭାର ବଜାର ପ୍ରବେଶ ହୋଇଛି। ଏହି ବଜାର ପ୍ରବେଶରେ ମୁଖ୍ୟ ଅତିଥିଭାବେ ରମେଶ ଚନ୍ଦ୍ର ଅଗ୍ରୱାଲ ଏବଂ ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗ ଦେଇଥିଲେ।
ହୋଣ୍ଡା ସ୍ମାର୍ଟ ଆକ୍ଟିଭା ଏକ ଅତି ଆକର୍ଷଣୀୟ ଷ୍ଟାଇଲ ଏବଂ ଉନ୍ନତ ମାଇଲେଜ ମଧ୍ୟ ଦେଇଥାଏ। ସ୍ମାର୍ଟ ଆକ୍ଟିଭାର ସାଧାରଣତଃ ୬ଟି ରଙ୍ଗରେ ଉପଲବ୍ଧ ହେଉଛି। ସ୍ମାର୍ଟ ଆକ୍ଟିଭାରେ ଆଲୟ ହ୍ବିଲ ସହିତ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ଏହାର ଏକ୍ସ ଶୋରୁମ ମୂଲ୍ୟ ୮୩, ୬୫୯ ଟଙ୍କାରୁ ଆରମ୍ଭ ହେଉଛି। ଏହି ସ୍ମାର୍ଟ ଆକ୍ଟିଭା ପାଇଁ ସ୍ୱତନ୍ତ୍ର ଏକ୍ସଚେଞ୍ଜ ଏବଂ ଫାଇନାନ୍ସ ସୁବିଧା ରହିଛି। ତେବେ ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ଲକ୍ଷ୍ମୀ ହୋଣ୍ଡାର ମାଲିକ ବିକ୍ରମ ଅଗ୍ରୱାଲ କହିଛନ୍ତି।

Share

Leave a Reply