ଲକ୍ଷ୍ମୀ ହୋଣ୍ଡାରେ ବଜାର ପ୍ରବେଶ କଲା ହୋଣ୍ଡାର ନୂଆ ବାଇକ SP 125 OBD-II (B), ପାଇପାରିବେ ଏକ୍ସଚେଞ୍ଜ ଓ ଫାଇନାନ୍ସର ସୁବିଧା

You are currently viewing ଲକ୍ଷ୍ମୀ ହୋଣ୍ଡାରେ ବଜାର ପ୍ରବେଶ କଲା ହୋଣ୍ଡାର ନୂଆ ବାଇକ SP 125 OBD-II (B), ପାଇପାରିବେ ଏକ୍ସଚେଞ୍ଜ ଓ ଫାଇନାନ୍ସର ସୁବିଧା

ଅନୁଗୁଳ: ଅନୁଗୁଳ ହୋଣ୍ଡା ମୋଟର ସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ବାଇକ୍ SP 125 OBD-II(B) ର ବଜାର ପ୍ରବେଶ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରମେଶ ଚନ୍ଦ୍ର ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବେ ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ବିକ୍ରମ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ। ହୋଣ୍ଡାର ନୂଆ ଗାଡ଼ି ହୋଣ୍ଡା SP125 ଅତି ଆକର୍ଷଣୀୟ ଷ୍ଟାଇଲ ସହ ବଢ଼ିଆ ମାଇଲେଜ ପ୍ରଦାନ କରିଥାଏ। SP125 ସାଧାରଣତଃ ୫ଟି ରଙ୍ଗ ଇମପେରିଆଲ ରେଡ୍ ମେଟାଲିକ, ମ୍ୟାଟ୍ ଆକ୍ସିସ ଗ୍ରେ ମେଟାଲିକ, ପିଅର୍ଲ ସାଇରେନ ବ୍ଲୁ, ମ୍ୟାଟ୍ ମାରଭେଲ ବ୍ଲୁ ମେଟାଲିକ ଓ କଳା ଆଦି ରଙ୍ଗରେ ଉପଲବ୍ଧ।

SP125 OBD-II(B)ରେ ସାଇଡ ଷ୍ଟାଣ୍ଡ ଇଞ୍ଜିନ କଟ୍ ଅଫ୍ ସହ ମେଣ୍ଟେନାନ୍ସମୁକ୍ତ ବ୍ୟାଟେରୀ, କ୍ରୋମ ମଫଲର କଭର, ଡିଜିଟାଲ ମିଟର, ସ୍ପୋର୍ଟସ ଚକ, ଷ୍ଟାଇଲିସ ପଛ ଲ୍ୟାମ୍ପ, ରିଅଲ ଟାଇମ୍ ମାଇଲେଜ, ମାଇଲେଜ ଇନଡିକେଟର, ମୋବାଇଲ ଚାର୍ଜର, ବ୍ଲୁ ଟୁଥ କନେକ୍ଟିଭିଟି, ଭଏସ ମେସେଜ, ନାଭିଗେସନ ପରି ଅତ୍ୟାଧୁନିକ ଫିଚର୍ ରହିଛି। ଏହି ବାଇକର ଏକ୍ସ ଶୋରୁମ ମୂଲ୍ୟ ମାତ୍ର ୯୩,୪୫୪ ଟଙ୍କାରୁ ଆରମ୍ଭ ହେଉଛି।
ଲକ୍ଷ୍ମୀ ହୋଣ୍ଡାରେ ଏହି ବାଇକ ପାଇଁ ସ୍ଵତନ୍ତ୍ର ଏକ୍ସଚେଞ୍ଜ ଓ ଫାଇନାନ୍ସ ସୁବିଧା କରାଯାଇଛି ବୋଲି ସ୍ୱତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି। ତେବେ ଗ୍ରାହକ ଖୁବଶୀଘ୍ର ଏହି ବାଇକ୍ ବୁକ୍ କରି ଆକର୍ଷଣୀୟ ସେବାର ଫାଇଦା ଉଠାଇବାକୁ ଶ୍ରୀ ଅଗ୍ରୱାଲ କହିଛନ୍ତି।

Share

Leave a Reply