ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ଓ ଆଖପାଖ ଅଞ୍ଚଳରେ ଚୋରି ମାମଲା ବଢ଼ିବାରେ ଲାଗିଛି। ଖାସ କରି ଉଠାଦୋକାନୀଙ୍କୁ ଅଧିକ ଟାର୍ଗେଟ କରୁଛନ୍ତି ଚୋର। କଲେଜ ଛକ ନିକଟରେ ନୂଆସାହି ଅଞ୍ଚଳର ଜଣେ ବ୍ୟକ୍ତି ଚା’ ଦୋକାନ କରିଥିବା ବେଳେ ଗତ କାଲି ରାତିରେ ତାଙ୍କ ଦୋକାନରୁ କେହି ଦୁର୍ବୃତ୍ତ ଟଙ୍କା ବାକ୍ସ ସହ ବହୁ ଜିନିଷପତ୍ର ଚୋରି କରି ନେଇଯାଇଛନ୍ତି। ଏ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କଲେଜ ଛକରୁ ହାଟଛକ ଯିବା ରାସ୍ତାରେ ଏକ ପାନ ଦୋକାନରୁ ଲଗାତାର ଭାବେ ଚୋରି ହୋଇଥିବା ଜଣାପଡ଼ିଛି। ଏହି ଅଞ୍ଚଳରେ ନିଶାଖୋରଙ୍କ ପାଦୁର୍ଭାବ ବଢ଼ୁଥିବା କାରଣରୁ ଏପରି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏଣୁ ପୋଲିସ ପାଟ୍ରୋଲିଂ ବଢ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
କଲେଜ ଛକ ଅଞ୍ଚଳରେ ବଢ଼ୁଛି ଚୋରି, ଚା’ ଦୋକାନରୁ ଟଙ୍କା ବାକ୍ସ ସହ ବହୁ ଜିନିଷପତ୍ର ଲୁଟି ନେଲା ଦୁର୍ବୃତ୍ତ
- Post published:January 8, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
Tags: Angul





