ଅନୁଗୁଳ: ଅନୁଗୁଳର ଅଗ୍ରଣୀ ବାଇକ୍ ଓ ସ୍କୁଟର ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ପରିସରରେ ହୋଣ୍ଡା ଆକ୍ଟିଭା ୧୨୫ ପ୍ରିମିୟମ ଏଡିସନର ବଜାର ପ୍ରବେଶ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ରମେଶ ଚନ୍ଦ୍ର ଅଗ୍ରୱାଲ ଏହି ସମାରୋହର ଶୁଭାରମ୍ଭ କରିଥିଲେ। ଏହି ସ୍କୁଟର ଦୁଇଟି ଆକର୍ଷଣୀୟ ରଙ୍ଗରେ ମିଳୁଥିବା ବେଳେ ୧୨୫ ଶିଶି ପିଜିଏମ ଏଫ୍ଆଇ ଶକ୍ତିଶାଳୀ ଇଞ୍ଜିନ ଏବଂ ଆକର୍ଷକ ମାଇଲେଜ୍ ଆରୋହୀଙ୍କ ପାଇଁ ଅନେକ ରୋମାଞ୍ଚ ଆଣିଦେବ ବୋଲି କମ୍ପାନୀ ପ୍ରକାଶ କରିଛି। ଗାଡ଼ିର ପ୍ରିମିୟମ ଗ୍ରାଫିକ୍ସ, ଟେଲିସ୍କୋପିକ ଫ୍ରଣ୍ଟ ସସ୍ପେନସନ୍, ମଲ୍ଟି ଫଙ୍କସନ୍ ସ୍ୱିଚ ବିଶେଷତା ଗ୍ରାହକଙ୍କୁ ଆକର୍ଷିତ କରିବ । ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଗ୍ରାହକଙ୍କ ପାଇଁ ଫାଇନାନ୍ସ ଏବଂ ଆଫ୍ଟର ସେଲ ସର୍ଭିସର ମଧ୍ୟ ସୁବିଧା ରହିଛି। ଏହି ମଡେଲର ବଜାର ଦର ୮୨ ହଜାର ୪୫୩ ଟଙ୍କାରୁ ଆରମ୍ଭ ବୋଲି ସତ୍ତ୍ଵାଧିକାରି ବିକ୍ରମ ଅଗ୍ରୱାଲ ପ୍ରକାଶ କରିଛନ୍ତି।
ହୋଣ୍ଡା ଆକ୍ଟିଭା୧୨୫ ପ୍ରିମିୟମ ଏଡିସନ୍ର ବଜାର ପ୍ରବେଶ
- Post published:February 17, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul