ଜିଲ୍ଲା ମହୋତ୍ସବ ପାଇଁ ଶୈଳ ଶ୍ରୀକ୍ଷେତ୍ର ପହଞ୍ଚିଲା ମଶାଲ, ସ୍ୱାଗତ କଲେ ଅଞ୍ଚଳବାସୀ

You are currently viewing ଜିଲ୍ଲା ମହୋତ୍ସବ ପାଇଁ ଶୈଳ ଶ୍ରୀକ୍ଷେତ୍ର ପହଞ୍ଚିଲା ମଶାଲ, ସ୍ୱାଗତ କଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ମହୋତ୍ସବକୁ ଆଉ ମାତ୍ର ୭ ଦିନ ରହିଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ପୌରୋହିତ୍ୟରେ ଶୁଭ ଅଗ୍ନିର ମଶାଲ ଶୋଭାଯାତ୍ରା ବାହାରିଥିଲା। ଏହି ମଶାଲ ଜିଲ୍ଲାର ସମସ୍ତ ପ୍ରମୁଖ ଅଞ୍ଚଳ ତଥା ଗାଁ ଗଣ୍ଡା ପରିକ୍ରମା କରିବା ପରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଥିଲା।

ସୂଚନାଯୋଗ୍ୟ ଯେ ଆସନ୍ତା ୧୮ ତାରିଖରୁ ୫ଦିନ ଧରି ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ମହୋତ୍ସବ ଆୟୋଜିତ ହେବ। ଏଥିପାଇଁ ମଙ୍ଗଳବାର ଟିକରପଡା, ଛେଣ୍ଡିପଦା ପତ୍ରପଡାର ମା ବାୟଣୀ ପୀଠ, ଆଠମଲ୍ଲିକର ଦେଉଳଝରି, ପାଳଲହଡାର ଖୁଲୁଡ଼ି ପୀଠରୁ ମଶାଲଗୁଡିକ ବାହାରି କ୍ରମାନ୍ଵୟ ଭାବେ ତାଳଚେର ସ୍ଥିତ ମା ହିଙ୍ଗୁଳାଙ୍କ ପୀଠରେ ଏକାଠି ହୋଇଥଲେ।

ଭୋରରୁ ସମସ୍ତ ଦୈବପୀଠରେ ରୀତିନୀତି ଅନୁଯାୟୀ ପୂଜାପାଠ ସରିବା ପରେ ଟିକରପଡାସ୍ଥିତ ଶିବ ମନ୍ଦିରରୁ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ ତତ୍ତ୍ୱାବଧାନରେ ମଶାଲ ବାହାରି ଥିବା ବେଳେ ଛେଣ୍ଡିପଦାର ବାୟଣୀ ପୀଠରୁ ମଶାଲ ବାହାରି ଥିବା ଅନ୍ୟ ୩ଟି ପୀଠରୁ ସମାନ ଭାବେ ମଶାଲ ବାହାରି ହିଙ୍ଗୁଳା ପୀଠରେ ଏକତ୍ରିତ ହୋଇଥିଲେ। ସେଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହାକୁ ସ୍ୱାଗତ କରିଥିଲେ। ସନ୍ଧ୍ୟା ସୁଦ୍ଧା ଏହି ସମସ୍ତ ମଶାଲ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିଲା।

Share

Leave a Reply