ଅନୁଗୁଳ: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ଏବର୍ଷ ଅନୁଗୁଳ ଜିଲ୍ଲାରେ ପାସ୍ହାର ସାମାନ୍ୟ ଖସିଛି। ଗତବର୍ଷ ୯୬.୬୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଚଳିତବର୍ଷ ପାସ ହାର ରହିଛି ୯୫.୮୮ ପ୍ରତିଶତ। ଅନୁଗୁଳ ଜିଲ୍ଲାରେ ମାତ୍ର ୫୮ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ପାଇଛନ୍ତି।
ଏବର୍ଷ ଅନୁଗୁଳ ଜିଲ୍ଲାରୁ ୧୫,୬୨୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୧୩୭ ଜଣ ପରୀକ୍ଷା ଦେଇ ନାହାନ୍ତି। ୧୪୮୪୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏଥିରେ ୭୫୪୩ ଜଣ ଛାତ୍ର ରହିଥିଲା ବେଳେ ୭୩୦୪ ଜଣ ଛାତ୍ରୀ ଅଛନ୍ତି। ସେହିପରି କପି କରି ୧୧ ଜଣ ଧରାପଡ଼ିଥିଲେ।
ଅନ୍ୟପଟେ ଜିଲ୍ଲାରେ ଚଳିତବର୍ଷ ୫୮ ଜଣ ଏ-୧ରେ, ୩୫୦ ଜଣ ଏ-୨ରେ, ୧୨୪୮ ଜଣ ବି-୧, ୨୭୩୩ ଜଣ ବି-୨, ୩୮୫୧ ଜଣ ସି ଓ ୪୩୪୩ ଜଣ ଛାତ୍ରଛାତ୍ରୀ ଡି ଗ୍ରେଡ ପାଇଛନ୍ତି। ୨୨୬୪ ଜଣ ଇ ଏବଂ ୬୨୭ ଜଣ ଛାତ୍ରଛାତ୍ରୀ ଏଫ୍ ଗ୍ରେଡ୍ ପାଇଥିବା ବୋର୍ଡ ପକ୍ଷରୁ ଜଣାପଡ଼ିଛି।
ବାହାରିଲା ମାଟ୍ରିକ ରେଜଲ୍ଟ: ଅନୁଗୁଳରେ ପାସ୍ ହାର ରହିଛି ୯୫.୮୮ ପ୍ରତିଶତ, ୫୮ ଜଣଙ୍କୁ ଏ-୧ ଗ୍ରେଡ୍
