କୋଲ ଇଣ୍ଡିଆ ପ୍ରତିଷ୍ଠା ଦିବସ: ଏମସିଏଲ ପୁରସ୍କୃତ, କୋଇଲା ଉତ୍ପାଦନ ପାଇଁ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ସମ୍ମାନିତ

You are currently viewing କୋଲ ଇଣ୍ଡିଆ ପ୍ରତିଷ୍ଠା ଦିବସ: ଏମସିଏଲ ପୁରସ୍କୃତ, କୋଇଲା ଉତ୍ପାଦନ ପାଇଁ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ସମ୍ମାନିତ

ତାଳଚେର : ୪୮ତମ କୋଲ ଇଣ୍ଡିଆ ପ୍ରତିଷ୍ଠା ଦିବସରେ ସୁରକ୍ଷା, ସିଏସଆର, ବିକାଶ ଏବଂ ସ୍ୱଚ୍ଛତା ଆଦିରେ ଉତ୍ତମ ଯୋଗଦାନ ପାଇଁ ମହାନଦୀ କୋଲଫିଲ୍‌ଡସ ଲିଃ (ଏମସିଏଲ) ପୁରସ୍କୃତ ହୋଇଛି। କୋଲକାତାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ହସ୍ତରୁ ଏମସିଏଲ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ.ପି.ସିଂହ ପୁରସ୍କାର ଗ୍ରହଣ କରାଯାଇଛି।
ସେହିପରି କୋଇଲା ଉତ୍ପାଦନରେ ବିଶେଷ ଯୋଗଦାନ ନିମନ୍ତେ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଏ.କେ.ଧଳଙ୍କୁ ସର୍ବଶ୍ରେଷ୍ଠ କ୍ଷେତ୍ର ମହାପ୍ରବନ୍ଧକ ପୁରସ୍କାର ଏବଂ ଏମସିଏଲ ମୁଖ୍ୟାଳୟର ମହାପ୍ରବନ୍ଧକ(ସାମଗ୍ରୀ ପ୍ରବନ୍ଧନ)ମିହିର ଚନ୍ଦ୍ରାଙ୍କୁ ସର୍ବଶ୍ରେଷ୍ଠ ବିଭାଗାଧ୍ୟକ୍ଷ ପୁରସ୍କାର ପ୍ରଦାନ କରାଯାଇଛି।

Share

Leave a Reply