ବର୍ଷାଦିନେ ଶକ୍ତି କେନ୍ଦ୍ରଗୁଡ଼ିକୁ ନିୟମିତ ଭାବେ କୋଇଲା ଯୋଗାଇବାକୁ ଏମସିଏଲ ପ୍ରସ୍ତୁତ

You are currently viewing ବର୍ଷାଦିନେ ଶକ୍ତି କେନ୍ଦ୍ରଗୁଡ଼ିକୁ ନିୟମିତ ଭାବେ କୋଇଲା ଯୋଗାଇବାକୁ ଏମସିଏଲ ପ୍ରସ୍ତୁତ

ତାଳଚେର: ରାଷ୍ଟ୍ରାୟତ୍ତ ଉଦ୍ୟୋଗର କୋଲ ଇଣ୍ଡିଆ ଲିଃର ଅଂଶୀଦାର କମ୍ପାନୀ ମହାନଦୀ କୋଲ ଫିଲଡ୍ସ ଲିଃ ପକ୍ଷରୁ ମୌସୁମୀ ଆଗମନକୁ ଦୃଷ୍ଟିରେ ରଖି ଆଗାମୀ ମାସଗୁଡ଼ିକ ନିମନ୍ତେ ଓଡ଼ିଶାର ଶକ୍ତି କେନ୍ଦ୍ରଗୁଡ଼ିକରେ ଶୁଖିଲା ଇନ୍ଧନର ଗଚ୍ଛିତ ରଖିବା ନେଇ ପ୍ରସ୍ତୁତ ହୋଇଛି। ଏଥିପାଇଁ ସମସ୍ତ କୋଇଲା ଖଣିର ମୁଖ୍ୟ ତଥା ରେଳବାଇ ସାଇଡିଂରେ ଏମସିଏଲ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ରଖିବା ଉତ୍ପାଦନ, ପ୍ରେରଣ ଓ ପରିଚାଳନା କ୍ଷେତ୍ରରେ କ୍ରମାଗତ ମନିଟରିଂ କରାଯାଉଛି। ଏପରିକି ଛୋଟ ବ୍ୟବସାୟରେ ଉତ୍ପନ୍ନ ଅସୁବିଧାଗୁଡ଼ିକୁ ସମାଧାନ କରାଯିବା ନେଇ ଆଲୋଚନା କରାଯାଉଛି।

୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ କୋଇଲା ଉତ୍ପାଦନରେ ୩୫.୪% ପ୍ରତିଶତ ଅଭିବୃଦ୍ଧି ଏବଂ ଡେସପ୍ୟାଚ୍ରେ ୨୨.୧% ଅଭିବୃଦ୍ଧି ଘଟିଛି। ସ୍ୱତନ୍ତ୍ର ପ୍ରତିନିଧିଙ୍କ ଉପଲବ୍ଧ ସୂଚନାନୁସାରେ, ବର୍ତ୍ତମାନ କମ୍ପାନୀର ସମସ୍ତ କୋଇଲା ଖଣି ଏବଂ ରେଲୱେ ସାଇଡିଂରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଷ୍ଟକ୍ ରହିଛି। ଏମସିଏଲର ତାଳଚେର କୋଲଫିଲ୍ଡସରେ ଦୈନିକ ୭୦ ର‌୍ୟାକ୍ ପ୍ରେରଣ/ଲୋଡ୍ କ୍ଷମତା ରହିଥିବା ବେଳେ ଦୈନିକ ପ୍ରାୟ ୫୬ ର‌୍ୟାକ୍ ରେଲ ଡେସପ୍ୟାଚ୍ ବଜାୟ ରହିଛି। ତେବେ ପିକ୍ କାପାସିଟିକୁ ବଜାୟ ରଖିବା କଷ୍ଟକର ହୋଇଥିଲେ ସୁଦ୍ଧା ରେଳବାଇ ଏଥିପାଇଁ ଚେଷ୍ଟା କରୁଛି। ବର୍ଷା ଋତୁରେ ସାଇଡିଂ ଗୁଡ଼ିକରେ ରେଳ ଧାରଣାର ରକ୍ଷଣାବେକ୍ଷଣ ପାଇଁ ବାଧାମୁକ୍ତ ର‌୍ୟାକ୍ ଚଳାଚଳ ପାଇଁ ଏମସିଏଲ ମଧ୍ୟ ଏହାର କର୍ମଚାରୀ ଏବଂ ମେସିନ୍ ଗୁଡ଼ିକୁ ଏକାଠି କରିଛନ୍ତି। ଯେଉଁଠାରେ ସାଇଡ଼ିଂକୁ ଦୈନିକ ୩୭.୭୩ ର‌୍ୟାକ୍ ଯୋଗାଇ ଦିଆଯାଉଥିଲା । ସେଠାରେ ଜୁନ୍ ୨୨ତାରିଖରେ ଦୈନିକ ୪୨ ର‌୍ୟାକ୍ କ୍ଷମତାକୁ ବୃଦ୍ଧି ପାଇଛି।

ତେବେ ଓଡ଼ିଶାର ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଷ୍ଟକ୍ ରହିବ ଓ ଚଳିତ ବର୍ଷର ମୌସୁମୀ ସମୟରେ ଏମସିଏଲ କୋଇଲା ନିୟମିତ ଭାବେ ବ୍ୟବହାର ପାଇଁ ଯୋଗାଇ ଦେବ ବୋଲି ଆଶା କରାଯାଉଛି।

Share

Leave a Reply