ଏମସିଏଲର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆୟୋଜିତ

You are currently viewing ଏମସିଏଲର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆୟୋଜିତ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମସିଏଲ) ର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି)  ବୈଠକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମଧ୍ୟ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଆବ୍ଦାଲ୍ ଏମ ଅଖତାର ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ବୈଠକରେ ମୋଟ ୧୮ ଟି ବିଷୟରେ ଆଲୋଚନା ହୋଇଥିଲା। କଣିହାଁର ପଥରମୁଣ୍ଡା ( ୩୩ ଟି  ପରିବାର), ହିଲୋଇ ( ନୂଆସାହି) ଓ ଏକଡାଲ ( ଏମ ସି ଏଲ୍ ଜଗନ୍ନାଥ ଏରିଆ), ଅରକପାଲ ଓ ତାଳବେଡା ( ଏମ ସି ଏଲ ଭୁବନେଶ୍ଵରୀ ଏରିଆ), ହିଂସମୁଲ ଓ ତାଳସାହି ( ଏମ ସି ଏଲ ଭୁବନେଶ୍ଵରୀ ଏରିଆ), କଂସମୁଣ୍ଡା ( ଏମ ସି ଏଲ କଣିହାଁ ଏରିଆ), ଆମ୍ବପାଳ ( ଏମ ସି ଏଲ୍ ହିଙ୍ଗୁଳା ) ଇତ୍ୟାଦି ଗ୍ରାମର ବିସ୍ଥାପିତ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ବିସ୍ଥାପିତଙ୍କ ଦାବିକୁ ସକାରାତ୍ମକ ଭାବେ ବିଚାରକୁ ନେବା ପାଇଁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଇ ଜି ସତ୍ୟବ୍ରତ ଭୋଇ, ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ସହକାରୀ ଜିଲ୍ଲାପାଳ ସୁକାନ୍ତ ସାହୁ, ପ୍ରତାପ ହରି ପ୍ରଧାନ, ତାଳଚେର, କଣିହାଁ ଓ ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା/ ଅଧ୍ୟକ୍ଷ, ବିସ୍ଥାପିତଙ୍କ ପ୍ରତିନିଧି, ଏମସିଏଲ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply