ଅନୁଗୁଳ: ଅନୁଗୁଳ ମେଡିକାଲ ପଛପଟ ଗେଟ ଏବେ ବେସରକାରୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କବଜାରେ। କୋଡ଼ିଏ ରୁ ପଚିସୀ ଆମ୍ବୁଲାନ୍ସ ଏହି ଜାଗାରେ ଦିନରାତି ଡେରା ପକାଇ ରହିଥିବା ବେଳେ ସଞ୍ଜ ନଇଁଲେ ଏଠି ଅସାମାଜିକ ଲୋକଙ୍କ ଭିଡ଼ ଜମୁଛି। ମଦ ଗଞ୍ଜେଇ,ଡ୍ରଗ୍ସ ସବୁ ପ୍ରକାର
କାରବାର ଏଠି ଚାଲୁଛି। ଉଠା ଦୋକାନୀ ଏଠି ପରିସରକୁ ଆବର୍ଜନାମୟ କରୁଥିବାବେଳେ ଆମ୍ବୁଲାନ୍ସ ଡ୍ରାଇଭର ଗାଡି ଧୋଇ ପରିସରକୁ ନଷ୍ଟ କରୁଛନ୍ତି।ମେଡିକାଲ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
ମେଡିକାଲ ପଛପଟ ଗେଟ ଆମ୍ବୁଲାନ୍ସ ଧୁଆ କେନ୍ଦ୍ର !
