ମେଡିକାଲ ଜନ ଔଷଧି ଷ୍ଟୋର ପୁଣି କାର୍ଯ୍ୟକ୍ଷମ ହେଲା

You are currently viewing ମେଡିକାଲ ଜନ ଔଷଧି ଷ୍ଟୋର ପୁଣି କାର୍ଯ୍ୟକ୍ଷମ ହେଲା

ଅନୁଗୁଳ: ପ୍ରାୟ ୬ ମାସ ଧରି ଅନୁଗୁଳ ମେଡିକାଲ ପରିସରରେ ଥିବା ପ୍ରଧାନ ମନ୍ତ୍ରୀ ଜନ ଔଷଧି ଷ୍ଟୋର ଅଚଳ ହୋଇଥିବାରୁ ରୋଗୀମାନେ ସେବାରୁ ବଞ୍ଚିତ ହେଉଥିଲେ। ନିରାମୟ ଯୋଜନାର ଔଷଧର ଅଭାବକୁ ଜନ ଔଷଧି ଅଚଳ ଯୋଗୁଁ ରୋଗୀଙ୍କ ଦୁର୍ଦ୍ଦଶା ଦ୍ଵିଗୁଣିତ ହୋଇଥିଲା। କେତେକ ବୈଷୟିକ କାରଣରୁ ଷ୍ଟୋର ପାଇଁ ଔଷଧ କିଣା ଯାଇ ପାରୁନଥିଲା।ତେବେ ମେଡିକାଲ ସୁପରିନଟେଣ୍ଡେଣ୍ଟ ତଥା ବର୍ତ୍ତମାନର ସିଡିଏମଓ ଡ଼ା ଗୌରୀ ଶଙ୍କର
ବଳଙ୍କ ସମୟପୋଯୋଗୀ ହସ୍ତକ୍ଷେପ ଫଳରେ ଜନ ଔଷଧି ଷ୍ଟୋର ଆଜି ଠାରୁ ପୁଣି କାର୍ଯ୍ୟକ୍ଷମ ହୋଇଛି।ପ୍ରଥମ ପର୍ଯ୍ୟାୟ ଔଷଧ ଆଜି ପହଞ୍ଚିବାପରେ ଷ୍ଟୋରରେ ବିକ୍ରୟ ଆରମ୍ଭ ହୋଇଛି। ଆଉ ପ୍ରାୟ
ସପ୍ତାହେ ମଧ୍ୟରେ ଷ୍ଟୋର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି।

Share

Leave a Reply