ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କର୍ମଚାରୀ ମାନେ ଗତ କିଛି ମାସ ଧରି ସେମାନଙ୍କ ପାଇଁ ଉଦିଷ୍ଟ ଡ୍ରେସ କୋଡ଼ ଅନୁସାରେ ନ ଆସି ମନଇଚ୍ଛା ପୋଷାକ ପିନ୍ଧି ଆସୁଥିଲେ। ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ ଅଫିସରେ ଖଟି କରୁଥିଲେ ତ ଆଉ କିଛି ଦଲାଲ ଗିରି କରୁଥିବା ଅଭିଯୋଗ ହେଉଥିଲା, ତେଣୁ ଆଜି ମେଡିକାଲ ସୁପରିନଟେଣ୍ଡେଣ୍ଟ ଡ଼ା ଏମ ଅର ବିଶ୍ୱାଳ ମେଡିକାଲର ସମସ୍ତ ରେଗୁଲାର, ଠିକା କର୍ମଚାରୀ, ସିକ୍ୟୁରୀଟି ଏବଂ ସଫେଇ କର୍ମଚାରୀ ମାନେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଡ୍ରେସ ଓ ଆଇକାର୍ଡ ପିନ୍ଧି ଆସିବାକୁ ନିର୍ଦେଶ ଦିଆଯାଇଛି। ଏଥିରେ ଖିଲାପି ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ଚିଠିରେ ଉଲ୍ଲେଖ କରାଯାଇଛି ।
1
f600b249-5c54-442c-a949-d6bc81000fab