ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉପଜିଲ୍ଲାପାଳଙ୍କ ବୈଠକ

You are currently viewing ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉପଜିଲ୍ଲାପାଳଙ୍କ ବୈଠକ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ବଇତୁରା ଦିପଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ନିଷ୍ପତ୍ତି ମୁତାବକ, ଯେଉଁମାନଙ୍କ ବୟସ ତା.୧.୧.୨୦୨୩, ତା.୧.୪,୨୦୨୩, ତା.୧.୭.୨୦୨୩ ଓ ତା.୧.୧୦.୨୦୨୩ ରିଖ ସୁଦ୍ଧା ୧୮ ବର୍ଷ ହୋଇଥିବ ସେମାନେ ଭୋଟର ତାଲିକାରେ ନିଜର ନାମ ପଞ୍ଜିକରଣ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ ତା.୯.୧୧.୨୦୨୨ ରିଖ ଠାରୁ ତା.୮.୧୨.୨୦୨୨ ରିଖ ସୁଦ୍ଧା ୩ଟି ଆପ୍ ଯଥା- ଗରୁଡ ଆପ୍ (ବୁଥ୍ ଲେବୁଲ ଅଧିକାରୀଙ୍କ ଦ୍ବାରା), ଭୋଟର ହେଲପ ଲାଇନ୍ ଆପ୍ ଓ NVSP (National Voter Service Portal) ଦ୍ବାରା ନାମ ପଞ୍ଜିକରଣ କରିବା ପାଇଁ ୪ଟି ପର୍ଯ୍ୟାୟରେ ଯଥା ତା.୧୨.୧୧.୨୨, ତା.୧୩.୧୧.୨୨, ତା.୨୬.୧୧.୨୨ ଓ ତା.୪.୧୨.୨୦୨୨ କୁ ସ୍ବତନ୍ତ୍ର ଦିବସ ଧାର୍ଯ୍ୟ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର(ନିର୍ବାଚନ) ଅମ୍ଳାନ ଅପରାଜିତା ମିଶ୍ର, ରାଜସ୍ବ ଅଧିକାରୀ ରାଜୀବ କୁମାର ବେହେରା, ରାଜନୈତିକ ଦଳର ବି ଏସ୍ ପି ପ୍ରତିନିଧି କୁମୁଦ ଚନ୍ଦ୍ର ନାୟକ, ବିଜେଡି ପ୍ରତିନିଧି ବୃନ୍ଦାବନ ସ୍ବାଇଁ, ବିଜେପି ପ୍ରତିନିଧି ଗଙ୍ଗାଧର ପଟ୍ଟନାୟକ ଓ ଅରୁଣ କୁମାର ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply