ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍‌ର ବୈଠକ

You are currently viewing ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍‌ର ବୈଠକ

ଅନୁଗୁଳ: ଓଡ଼ିଶା ବିୟୁଟିସିଆନ୍ ୱେଲଫେୟାର ଆସୋସିଏସନ୍‌ର ଏକ ବୈଠକ ଗୁରୁବାର ଅନୁଗୁଳଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଂଘର ସଭାପତି ସୁପ୍ରିୟା ମିଶ୍ର, ଉପସଭାପତି କୃଷ୍ଣପ୍ରିୟା ତ୍ରିପାଠୀ, ଇଲାରାଣୀ ବୋଡ଼ା, ଇତିଶ୍ରୀ ମହାନ୍ତି, ସୋନି ମହାନ୍ତି, ତୃପ୍ତି ଦାଶ, ସି.ବି. ବୋଷ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ଉପସ୍ଥିତ ବିୟୁଟିସିଆନ୍‌ ମାନଙ୍କୁ ସଂଘରେ ପଞ୍ଜିକୃତ କରିବା ସହ ମହିଳାମାନେ କିପରି ସ୍ଵାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ।ଏଥିସହିତ ସଂଘବଦ୍ଧ ଭାବେ ରହିଲେ କେଉଁ କେଉଁ ସୁବିଧା ମିଳିପାରିବ ସେ ବିଷୟରେ ଆଲୋଚନା କରିଥିଲେ। ପରେ ଅନୁଗୁଳ ସଂଘର ନୂଆ କର୍ମକର୍ତ୍ତା ଚୟନ ହୋଇଥିଲା। ନିବେଦିତା ଦାସ ଅନୁଗୁଳ ଆସୋସିଏସନ୍‌ର ସଭାପତି ଓ ଅଳକାରାଣୀ ମହାପାତ୍ର ଉପସଭାପତି ଚୟନ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ବିନା ଦାସ, ଗୀତାଞ୍ଜଳି ପ୍ରଧାନ ଓ ସଙ୍ଗୀତା ସାହୁଙ୍କୁ ମନୋନୀତ କରାଯାଇଥିଲା। ବୈଠକରେ ଅନୁଗୁଳ, ତାଳଚେର, ବଇଣ୍ଡା ଆଦି ଅଞ୍ଚଳର ବିୟୁଟିସିଆନ୍‌ମାନେ ଯୋଗ ଦେଇଥିଲେ।

Share

Leave a Reply