ବରମୁଣ୍ଡା ବସଷ୍ଟାଣ୍ଡ ହେବ ଆମ୍ବେଦକର ଟର୍ମିନାଲ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଆମ୍ବେଦକର ଫାଉଣ୍ଡେସନର ସଦସ୍ୟ

You are currently viewing ବରମୁଣ୍ଡା ବସଷ୍ଟାଣ୍ଡ ହେବ ଆମ୍ବେଦକର ଟର୍ମିନାଲ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଆମ୍ବେଦକର ଫାଉଣ୍ଡେସନର ସଦସ୍ୟ

ଅନୁଗୁଳ : ବରମୁଣ୍ଡା ବସଷ୍ଟାଣ୍ଡକୁ ଆମ୍ବେଦକର ଟର୍ମିନାଲ ନାମରେ ନାମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିବାରୁ ସମସ୍ତ ଅନୁସୂଚିତ ଜାତି, ଉପଜାତି, ପଛୁଆବର୍ଗ, ସଂଖ୍ୟା ଲଘୁ ମାନଙ୍କ ତରଫରୁ ଅନୁଗୁଳ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ ଧନ୍ୟବାଦ ଅର୍ପଣ କରିଥିଲେ। ଧନ୍ୟବାଦ ଅର୍ପଣ ବେଳେ ପ୍ରଦ୍ୟୁମ୍ନ ନାଏକ, ଅକ୍ଷୟ ନାଏକ, ଗୋପାଳ ଚନ୍ଦ୍ର ନାଏକ, କୁମୁଦ ନାଏକ, ପବିତ୍ର ପ୍ରଜ୍ଞାଶିଲ, ଲକ୍ଷ୍ମଣ ନାଏକ, ଗୟା ନାଏକ, ପ୍ରଭାତ କୁମାର ବେହେରା, ଶତୃଘ୍ନ ନାଏକଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply