ଛେଣ୍ଡିପଦା: ଛେଣ୍ଡିପଦା ଟ୍ରକ ମାଲିକମାନେ ଦୀର୍ଘ ୬ ମାସ ହେବ ଟ୍ରକ୍ ଗୁଡ଼ିକୁ ବ୍ଲକରେ ଚାଲୁଥିବା ଦୁଇଟି ଖଣିରେ ଲୋଡିଙ୍ଗ ଦେବାକୁ ଦାବି କରି ଆସୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ଏଣୁ ଟ୍ରକ୍ ମାଲିକ ମାନେ ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ଜିଲ୍ଲାପାଳ, ଜିନ୍ଦଲ କୋଇଲା ଖଣି କର୍ତ୍ତୃପକ୍ଷ ଓ ନାଲକୋ ଦାୟିତ୍ୱରେ ଥିବା ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଭେଟି ଏହି ଦାବି ଉପରେ ଗୁରୁତ୍ଵ ଦେବା ପାଇଁ କହିଥିଲେ। ଏଥିସହ କମ୍ପାନୀ ଗୁଡ଼ିକ ଦିନେ ଦୁଇ ଦିନ ମଧ୍ୟରେ ଏ ନେଇ ଟ୍ରକ ମାଲିକଙ୍କ ସହ ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଯଦି ଖଣି କର୍ତ୍ତୃପକ୍ଷ ନିଜ କଥା ନ ରଖନ୍ତି ତେବେ ଟ୍ରକ୍ ମାଲିକ ମାନେ ସପରିବାରେ କୋଇଲା ଖଣି ରାସ୍ତାରେ ଧାରଣାରେ ବସିବା ସହ ଅର୍ଥନୈତିକ ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଦାବିପତ୍ର ପ୍ରଦାନ ବେଳେ ଟ୍ରକ୍ ମାଲିକ ସଂଘର ସଦସ୍ୟ କରୁଣାକର ବିଶ୍ୱାଳ, ବନବିହାରୀ ସାହୁ, ଜୟନ୍ତ କୁମାର ସାହୁ, ରୂପାୟନ ସାହୁ, ସନ୍ତୋଷ କୁମାର ବେହେରା, ମନମୋହନ ପ୍ରଧାନ, କାଳିଆ ବେହେରା, ସୌମ୍ୟରଞ୍ଜନ ବେହେରା, ଜିତେନ୍ଦ୍ର ଦେହୁରୀ, ନୃସିଂହ ଚରଣ ଦେହୁରୀ, ସନାତନ ବେହେରା, ଟିକନ ବେହେରା, ସୁନିଲ କୁମାର ସାହୁ, ରଜତ ସାହୁ, ମନୋଜ କୁମାର ସାହୁ, ଯଶୋବନ୍ତ ସାହୁ, ଶୁଭେନ୍ଦୁ ସାହୁ, ଗୌତମ ବେହେରା, କୃଷ୍ଣଚନ୍ଦ୍ର ବେହେରାଙ୍କ ସହ ଶତାଧିକ ଟ୍ରକ ମାଲିକ ଉପସ୍ଥିତ ଥିଲେ।