ରାଜ୍ୟରେ ଅନୁଭବ ହେଲାଣି ହାଲକା ଶୀତ: ୧୯ ଡିଗ୍ରୀ ତଳକୁ ଖସିଲା ପାରଦ

You are currently viewing ରାଜ୍ୟରେ ଅନୁଭବ ହେଲାଣି ହାଲକା ଶୀତ: ୧୯ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ବର: ରାଜ୍ୟରେ ଅନୁଭବ ହେଲାଣି ହାଲକା ଶୀତ। କିଛି ଦିନ ତଳେ ରାଜ୍ୟରୁ ମୌସୁମୀ ବିଦାୟ ନେଇଛି। ଏବେ ଶୀତର ହାଲ୍‌କା ସ୍ପର୍ଶ ଲୋକ ଅନୁଭବ କରିବା ଆରମ୍ଭ କରିଛନ୍ତି। ଗତକାଲି ରାତିରେ ବିଭିନ୍ନ ସ୍ଥାନର ତାପମାତ୍ରା ୧୯ ଡିଗ୍ରୀ ତଳକୁ ଖସିଛି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରୀ ଥିବା ବେଳେ ଦାରିଙ୍ଗିବାଡ଼ିରେ ୧୬ ଡିଗ୍ରୀ, ଫୁଲବାଣୀରେ ୧୬.୫ ଡିଗ୍ରୀ, ନବରଙ୍ଗପୁରରେ ୧୭.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୧୮ ଡିଗ୍ରୀ, ରାଉରକେଲାରେ ୧୮.୨ ଡିଗ୍ରୀ, ଅନୁଗୁଳରେ ୧୮.୬ ଡିଗ୍ରୀ ଓ ଝାରସୁଗୁଡ଼ାରେ ୧୮.୮ ଡିଗ୍ରୀ ସର୍ବନିମ୍ନ ରାତି ତାପମାତ୍ରା ଅନୁଭୂତ ହୋଇଛି।

ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଏଣୁ ଉଭୟ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Share

Leave a Reply