ସାଇଡ୍ ମାରୁ ମାରୁ ଓଲଟିଲା କ୍ଷୀର ବୋଝେଇ ଟ୍ରକ, ସମସ୍ତେ ସୁରକ୍ଷିତ

You are currently viewing ସାଇଡ୍ ମାରୁ ମାରୁ ଓଲଟିଲା କ୍ଷୀର ବୋଝେଇ ଟ୍ରକ, ସମସ୍ତେ ସୁରକ୍ଷିତ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଗାଁ ଛକ ନିକଟ ୫୫ ନଂ ଜାତୀୟ ରାଜପଥରେ ଏକ କ୍ଷୀର ବୋଝେଇ ଟ୍ରକ ଓଲଟି ପଡ଼ିଛି। ସୌଭାଗ୍ୟବଶତଃ ଏଥିରେ ଗାଡ଼ି ଚାଳକ ଏବଂ ଖଲାସୀ ସୁରକ୍ଷିତ ଅଛନ୍ତି।

ଟ୍ରକ ଡ୍ରାଇଭର ବୀରେନ୍ଦ୍ର ପାଲଙ୍କ ସୂଚନା ଅନୁସାରେ, ରବିବାର ରାତିରେ କଟକରୁ ଏହି ଟ୍ରକ (ଏଚଆର ୬୯ ସି ୬୮୯୫) କ୍ଷୀର ଲୋଡ କରି ସମ୍ବଲପୁର ଯାଉଥିଲା। ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ଅନୁଗୁଳ ତୁରଙ୍ଗ ନିକଟରେ ତାଙ୍କୁ ଅନ୍ୟ ଏକ ଟ୍ରକ ସାଇଡ୍ ମାରିବାରୁ ଟ୍ରକଟି ରାସ୍ତାରୁ ମାଟିକୁ ଖସି ଆସି ଓଲଟି ପଡିଥିଲା। ତେବେ ବର୍ଷା ଦିନେ ଜାତୀୟ ରାଜପଥ ପାର୍ଶ୍ୱକୁ ଖୋଳାଯାଇ ତାର ବିଛା ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Share

Leave a Reply