ତାଳଚେରରୁ ଉଦ୍ଧାର ହେଲେ ଵିରଜୁ

You are currently viewing ତାଳଚେରରୁ  ଉଦ୍ଧାର ହେଲେ ଵିରଜୁ

ତାଳଚେର: ଶନିବାର ବିଳମ୍ବିତ ରାତିରୁ ନିଖୋଜ ଥିବା ପାକିସ୍ତାନ ଫେରନ୍ତା, ସୁନ୍ଦରଗଡ଼ କୁତ୍ରା ଥାନା ଇଲାକାର ବିରଜୁ କୁଲୁ ତାଳଚେରରୁ ଉଦ୍ଧାର ହେଇଛନ୍ତି। ସୋମବାର ରାତିରେ ବିର୍ଜୁ ରାଉରକେଲାରୁ ବସରେ ଆସି ତାଳଚେର ବସଷ୍ଟାଣ୍ଡରେ ଓହ୍ଲାଇଥିଲେ।

  • ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ ତାଙ୍କୁ ସହରାଂଚଳ ବାସଶୂନ୍ୟଙ୍କ ଆଶ୍ରୟ ସ୍ଥଳୀରେ ରଖାଯାଇଥିଲା । ପୌର କର୍ମଚାରୀ ତାଙ୍କୁ ଚିହ୍ନି ପୁଲିସକୁ ଖବର ଦେଇଥିଲେ। ସୁନ୍ଦରଗଡ଼ ପୁଲିସ୍ ପହଞ୍ଚି ବିରଜୁଙ୍କୁ ଘରକୁ ନେଇଥିବା ଜଣାପଡିଛି।ଵିରଜୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି। ପ୍ରକାଶ ଥାଉକି, ପାକିସ୍ତାନ ଜେଲରେ ୨୦ବର୍ଷ ବନ୍ଦୀ ଜୀବନ କାଟିବା ପରେ ଜନ୍ମମାଟିକୁ ଗତ ନଭେମ୍ବର ମାସ ୧୩ ତାରିଖରେ ଫେରିଥିଲେ ବିରଜୁ କୁଲୁ।
Share

Leave a Reply