ମାଟ୍ରିକ ପରୀକ୍ଷା ପାଇଁ ୧୦ରୁ ଫର୍ମ ପୂରଣ

0

ଅନୁଗୁଳ: ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହିଁ କେବଳ ସମ୍ପନ୍ନ ହେବ ହେବ ପୂରା ପ୍ରକ୍ରିୟା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିନା ଜରିମାନା ସହ ଜାନୁଆରୀ ୨୮ ମଧ୍ୟରାତ୍ରି ସୁଦ୍ଧା ଫର୍ମ ପୂରଣ କରି ପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଫି ଦାଖଲର ଶେଷ ତାରିଖ ୨୭ ତାରିଖ । ସେହିପରି ଜରିମାନା ସହ ଫର୍ମ ଦାଖଲର ଶେଷ ତାରିଖ ହେଉଛି ୨ ଫେବୃଆରୀ ମଧ୍ୟରାତ୍ରି । ଏଥିପାଇଁ ଫେବ୍ରୁଆରୀ ୧ ତାରିଖ ମଧ୍ୟରାତ୍ରି ସୁଦ୍ଧା ଫି ଦାଖଲ କରିବେ ଛାତ୍ରଛାତ୍ରୀ । ଆସନ୍ତା ମେ ୩ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହେବ । ମେ ୧୫ ତାରିଖ ଯାଏ ଚାଲିବ ।
କରୋନା ଯୋଗୁ ଏବର୍ଷ ମାଟ୍ରିକ ପରୀକ୍ଷାରେ ବିଳମ୍ବ ହୋଇଛି । ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ ରହିଥିଲା । ଆସନ୍ତା ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସ୍କୁଲ । ଶହେ ଦିନ କ୍ଲାସ ପରେ ପରୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

error: Content is protected !!