birthday

୮ରୁ ସାତକୋଶିଆରେ କୁମ୍ଭୀର ଗଣନା

0

ଅନୁଗୁଳ: ଚଳିତ ମାସ ୮ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀର ଗଣନା ଆରମ୍ଭ ହେବାକୁ ଯାଉଛି। ସାତକୋଶିଆର ମହାନଦୀ ଏବଂ ଆଠମଲ୍ଲିକର ବିଭିନ୍ନ ଜଳାଶୟରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ବନ ବିଭାଗର ୧୩ଟି ଟିମ୍ ନିୟୋଜିତ ହୋଇଛନ୍ତି । ଏହି ଟିମରେ ୫୨ ଜଣ ବନକର୍ମଚାରୀଙ୍କୁ ସାମିଲ କରାଯାଇଛି । ସାତକୋଶିଆ ମହାନଦୀ ଗଣ୍ଡରେ ୨୨ କିମି ପର୍ଯ୍ୟନ୍ତ ଗଣନା କରାଯିବାର ଯୋଜନା ଥିବା ବେଳେ ବନ ବିଭାଗ ପକ୍ଷରୁ ୧୩ଟି ଡଙ୍ଗାର ବ୍ୟବସ୍ଥା କରାଯାଇଛି । ସାତକୋଶିଆ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ , ଆଠମଲ୍ଲିକ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡର ମିଳିତ ଉଦ୍ୟମରେ ଗତ ୩ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଟିକରପଡା ଠାରୁ ଆରମ୍ଭ ହୋଇ ବିନିକେୟୀ ଉତ୍ତର ପାର୍ଶ୍ୱ , ବିନିକେୟୀରୁ ପତକା , ମୋରଡ଼ା ଠାରୁ ଶୀତଳପାଣି ନଦୀର ଦକ୍ଷିଣ ପାର୍ଶ୍ୱ , ଶୀତଳପାଣି ଠାରୁ ହରଭଙ୍ଗା ଦକ୍ଷିଣ ପାର୍ଶ୍ୱ , ଟିକରପଡ଼ାଠାରୁ କଟରଙ୍ଗ ଘାଟର ଉତ୍ତର ପାର୍ଶ୍ୱ , କଟରଙ୍ଗ ଘାଟଠାରୁ ବାଲିପୁଟ ଉତ୍ତର ପାର୍ଶ୍ୱ ଓ ଦକ୍ଷିଣ ପାର୍ଶ୍ୱ , ମୋରାଡ଼ା ଠାରୁ କୁତୁରି , ବଡ଼ମୂଳଠାରୁ କୁତୁରି , ଦକ୍ଷିଣ ପାର୍ଶ୍ୱ , ଉତ୍ତର ପାର୍ଶ୍ୱରେ ହରଭଙ୍ଗାଠାରୁ ଅଇଡ଼ା, ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ବାଲିପୁଟଠାରୁ ଚକ୍ରଗଡ଼ , ଆଠମଲ୍ଲିକର ବେଲପୁଞ୍ଜି ମଠ କିଆକଟା ଅଞ୍ଚଳରେ ଏହି ଗଣନା କରାଯିବ l

Leave A Reply

Your email address will not be published.

error: Content is protected !!