ବାମୁରରେ ‘ଆଙ୍ଗନ୍ କା ଉତ୍ସବ’ରେ ଯୋଗଦେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

You are currently viewing ବାମୁରରେ ‘ଆଙ୍ଗନ୍ କା ଉତ୍ସବ’ରେ ଯୋଗଦେଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ପୋଷଣ ମାସ ଓ ସେବା ସଙ୍କଳ୍ପ ଅଭିଯାନ ଅନ୍ତର୍ଗତ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବାମୁରଠାରେ ଆୟୋଜିତ ‘ଆଙ୍ଗନ୍ କା ଉତ୍ସବ’ କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କ ସହ ସମୟ ବିତାଇବା ସହ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ସମ୍ମାନିତ କରିଛନ୍ତି।

କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ଶିଶୁଙ୍କ ପ୍ରାଥମିକ ଯତ୍ନ, ମାନସିକ ଓ ଶାରୀରିକ ବିକାଶରେ ଅଙ୍ଗନୱାଡ଼ି କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗର୍ଭବତୀ ମା ଓ ଶିଶୁଙ୍କ ପୋଷଣ, ଅପପୁଷ୍ଟି ଓ ରକ୍ତହୀନତା ଦୂରୀକରଣ ପାଇଁ ସମସ୍ତେ ସାମାଜିକ ଦାୟିତ୍ୱ ନେବା ଆବଶ୍ୟକ। ପୋଷଣ, ସ୍ୱଚ୍ଛତା ଓ ନିଶାମୁକ୍ତ ସମାଜ ଗଠନ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Share

Leave a Reply