ଅନୁଗୋଳ: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପର୍ଯ୍ୟଟନ ବିଭାଗ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ଡିଜିଟାଲ ଓ ଏଆଇ ମାଧ୍ୟମରେ ପର୍ଯ୍ୟଟନର ପ୍ରଚାର’। ବିଭିନ୍ନ ମହାବିଦ୍ୟାଳୟର ୫୫ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ବସନ୍ତ କୁମାର ସାହୁଙ୍କ ମାର୍ଗଦର୍ଶନରେ ଡ. ଅନସୂୟା ମିଶ୍ର କାର୍ଯ୍ୟକ୍ରମ ସମନ୍ୱୟ କରିଥିବା ବେଳେ ଜ୍ୟୋତିର୍ମୟୀ ରାଉଳ, ନୀଳିମା ପ୍ରଧାନ ଓ ଲୁନାରାଣୀ ସାହୁ ବିଚାରକ ଥିଲେ।
‘ଡିଜିଟାଲ ଓ ଏଆଇ ମାଧ୍ୟମରେ ପର୍ଯ୍ୟଟନର ପ୍ରଚାର’ ଶୀର୍ଷକ କୁଇଜ୍ ପ୍ରତିଯୋଗିତା
- Post published:September 27, 2026
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul






