ଅନୁଗୋଳରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ପର୍ଦ୍ଦାଫାସ କଲା ପୋଲିସ

You are currently viewing ଅନୁଗୋଳରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ପର୍ଦ୍ଦାଫାସ କଲା ପୋଲିସ
{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"square_fit":1},"is_sticker":false,"edited_since_last_sticker_save":true,"containsFTESticker":false}

ଅନୁଗୋଳ: ରାଜ୍ୟରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ପ୍ରେମିକର କଥାରେ ପଡ଼ି ନିଜ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଛି ସ୍ତ୍ରୀ। ଅନୁଗୋଳ ଜିଲ୍ଲା କଲିୟାରୀ ଥାନା ଅଞ୍ଚଳରେ ଘଟିଥିବା ଏହି ଲୋମହର୍ଷକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ ଏବଂ ଉଭୟ ପ୍ରେମିକ ଓ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ପୋଲିସ ସୂଚନା ମୁତାବକ, ଡେରା ଭଡ଼ା ଘରେ ରହୁଥିଲେ ସୁବୋଧ ବାରିକ ଓ ତାଙ୍କ ସ୍ତ୍ରୀ ସୁସ୍ମିତା। ଗତ ୨୪ ତାରିଖ ସକାଳେ ଘର ବାହାରୁ ସୁବୋଧଙ୍କ ମୃତଦେହ ମିଳିଥିଲା। ପ୍ରଥମେ ଏହା ଏକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ସିସିଟିଭି ଫୁଟେଜ୍, ଫୋନ୍ କଲ୍ ପରେ ସମସ୍ତ ସତ ପଦାକୁ ଆସିଥିଲା।

ତଦନ୍ତରୁ ଜଣାପଡ଼ିଲା ଯେ, ସୁସ୍ମିତାଙ୍କ ସହ ସିଦ୍ଧାନ୍ତ ଓରଫ ଜିପୁନ ମାଝୀ ନାମକ ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା। ସ୍ୱାମୀ ସୁବୋଧ ଏହି ପ୍ରେମ ପଥରେ କଣ୍ଟା ସାଜିବାରୁ ତାଙ୍କୁ ହତ୍ୟା ଯୋଜନା କରାଯାଇଥିଲା। ଯୋଜନା ମୁତାବକ, ଘଟଣାଦିନ ରାତିରେ ସିଦ୍ଧାନ୍ତ ଘରେ ଲୁଚି ରହି ଏକ ଠେଙ୍ଗାରେ ସୁବୋଧଙ୍କ ମୁଣ୍ଡକୁ ପିଟି ହତ୍ୟା କରିଥିଲା। ପରେ ମୃତଦେହକୁ ଛାତ ଉପରୁ ତଳକୁ ଠେଲି ଦେଇଥିଲେ। ପୋଲିସ ହତ୍ୟାରେ ବ୍ୟବହୃତ ଠେଙ୍ଗା, ଛୁରୀ ଏବଂ ମୋବାଇଲ୍ ଜବତ କରିଛି। ପୋଲିସର ଏହି ଦ୍ରୁତ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି।

Share

Leave a Reply