ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ: ଶକ୍ତିର ସଠିକ୍ ବ୍ଯବହାରକୁ ଗୁରୁତ୍ୱ

You are currently viewing ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ: ଶକ୍ତିର ସଠିକ୍ ବ୍ଯବହାରକୁ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଟାଉନ୍ ଉଚ୍ଚ ବିଦ୍ଯାଳୟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ଏକ ସଚେତନତା କାର୍ଯ୍ଯକ୍ରମ ଆୟୋଜିତ ହୋଇଛି। ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ଶକ୍ତିର ବିଭିନ୍ନ ଉତ୍ସ ଶକ୍ତିର ଆବଶ୍ଯକତା ଓ ଉପାଦେୟତା, ଶକ୍ତିର ସଠିକ୍ ବ୍ଯବହାର ଏବଂ ଶକ୍ତି ସଂରକ୍ଷଣ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା ହୋଇଥିଲା। ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରାକୃତିକ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ରହୁଥିବା ଏବଂ ଏଥିପ୍ରତି ଯତ୍ନବାନ ହୋଇ ମିଳିତ କାର୍ଯ୍ଯକ୍ରମ କରାଯିବା ଉପରେ ଆଲୋଚନା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନ, ବ୍ଲକ୍ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ସିଏସ୍ଆର୍ ଟିପିସିଓଡିଏଲର ସୌରଭ ଦେବଦର୍ଶୀ, ସହକାରୀ ଶିକ୍ଷକ ଗଗନ ବିହାରୀ ପ୍ରଧାନ, ସଂଯୋଜକ ବାବିନ୍ଦ୍ର କୁମାର ନହରା, ସୁଶ୍ରୀ ମେହେକ୍ ଅଗ୍ରୱାଲ୍ ଉପସ୍ଥିତ ଥିଲେ।

Share

Leave a Reply