ବିଦ୍ୟୁତ୍‌ କାଟି ୧୦ରୁ ଅଧିକ ଘରେ ବାହାରୁ ତାଲା ଦେଇ ଲୁଟ୍, ୧୫ ଭରି ସୁନା ଚୋରି କଲେ ଦୁର୍ବୃତ୍ତ

You are currently viewing ବିଦ୍ୟୁତ୍‌ କାଟି ୧୦ରୁ ଅଧିକ ଘରେ ବାହାରୁ ତାଲା ଦେଇ ଲୁଟ୍, ୧୫ ଭରି ସୁନା ଚୋରି କଲେ ଦୁର୍ବୃତ୍ତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ପାତ୍ରପଡ଼ା ଗ୍ରାମର ଖଳାମାଳ ସାହିରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ପ୍ରଥମେ ସାହିର ବିଦ୍ୟୁତ୍‌ ଲାଇନ୍‌ କାଟିବା ପରେ ୧୦ରୁ ଅଧିକ ଘରର କବାଟକୁ ବାହାର ପଟୁ ତାଲା ପକାଇଥିବା ଜଣାପଡ଼ିଛି। ଏହାର ସୁଯୋଗ ନେଇ ଚିତ୍ରସେନ ସାହୁଙ୍କ ଘରେ ପଶି ଦୁର୍ବୃତ୍ତମାନେ ପ୍ରାୟ ୧୫ ଭରି ସୁନା ଅଳଙ୍କାର, ନଗଦ ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଘଟଣା ଘଟିଥିଲା। ସକାଳୁ ଗ୍ରାମବାସୀ ଉଠି ଘର ବାହାରୁ ତାଲା ପଡ଼ିଥିବା ଦେଖି ଘଟଣା ସମ୍ପର୍କରେ ଜାଣିଥିଲେ। ପରେ ଚିତ୍ରସେନଙ୍କ ଘରେ ଚୋରି ହୋଇଥିବା ଜଣାପଡ଼ିଥିଲା। ଖବର ପାଇ ବାଗଡ଼ିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share

Leave a Reply