ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

0

ଅନୁଗୁଳ: ତାଳଚେର ଥର୍ମାଲ ଷ୍ଟେସନ ନିକଟସ୍ଥ ରେଳଧାରଣାରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ପରିଚୟ ମିଳିନଥିବା ବେଳେ ବେକରେ କଟାଦାଗ ଥିବା ଦେଖୁବାକୁ ମିଳିଛି । ମୃତଦେହ ନିକଟରେ ଶୁଖିଲା ଲଙ୍କାଗୁଣ୍ଡ ପଡ଼ିଥିବା ପୁଲିସ ଦେଖୁବାକୁ ପାଇଛି । ପୂର୍ବାହ୍ନରେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତାଳଚେର ଡାକ୍ତରଖାନାରେ ସଂରକ୍ଷିତ ରଖି ତଦନ୍ତ ଚଳାଇଛି । ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା କେହି ଯୋଜନାବଦ୍ଧ ଭାବରେ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ରେଳ ଧାରଣାରେ ଫୋପାଡ଼ି ଦେଇଛି ପୁଲିସ ତଦନ୍ତ ଚଳାଇଛି । ମୃତକଙ୍କ ପରିଚୟ ମିଳିବା ପରେ ତଦନ୍ତ ତ୍ବରାନ୍ବିତ ହୋଇପାରିବ ବୋଲି କୁହାଯାଇଛି ।

 

online coaching

Leave A Reply

Your email address will not be published.