CADLAB

ନକଲି ବିଦେଶୀ ମଦ କାରଖାନାରେ ଅବକାରୀ ଚଢ଼ାଉ

୫୬ ଲିଟର ନକଲି ବିଦେଶୀ ମଦ, ୧୪୦ ଲିଟର ସ୍ପିରିଟ ଜବତ

0

ଅନୁଗୁଳ‌: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଗୁରୁବାର ସକାଳେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଥିବା ଏକ ନକଲି ବିଦେଶୀ ମଦ କାରଖାନାରେ ଚଢ଼ାଉ କରାଯାଇଛି । ଏଠାରେ ସ୍ପିରିଟରେ ରଙ୍ଗ ଓ ଫ୍ଲେଭର ଦିଆଯାଇ ବିଭିନ୍ନ ବ୍ରାଣ୍ଡର ବିଦେଶୀମଦ ତିଆରି କରାଯାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା ।

ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନାପାଇ ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଅବକାରୀ ଡିଏସପି ନୀନା ବେଉରା, ଇନିସପେକ୍ଟର ଦିଲ୍ଲିପ କୁମାର ବେହେରା, ସଦର ମୋବାଇଲ ସ୍କାଡ୍ ଙ୍ସହ ସଦଳବଳ ପଞ୍ଚମହଲା ସୁଧାକର ମହାନ୍ତିଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରୁ ୫୬.୫୨୦ଲିଟର ନକଲୀ ବିଦେଶୀ ମଦ, ଯାହାକି ୧୮୦ ଏମ୍‌ଏଲ୍‌ ମାକ୍ ଡୋନାଲ୍ଡ ନଂ ୱାନ୍ ଥ୍ରୀଏକ୍ସ ରମ୍ ବୋତଲରେ ପ୍ୟାକ୍ ହୋଇଥିଲା ।

ଏଥିସହ ୩୭ ଲିଟର ବାହାର ଭାଟି ମଦ, ୩୦ ଲିଟର ଚୋରା ଦେଶୀ ରନ୍ଧା ମଦ, ୧୬୦ଟି ଖାଲି ବୋତଲ ଓ ମଦ ତିଆରି ପାଇଁ ବ୍ୟବହୃତ ହେଉଥିବା ବହୁତ ସରଞ୍ଜାମ କରାଯାଇଛି । ଏଥିସହ ଏଥିରେ ସମ୍ପୃକ୍ତ ସୁଧାକରଙ୍କୁ ଗିରଫ କରାଯାଇ ପଚରା ଉଚୁରା କରାଯାଇଥିଲା । ସୁଧାକରଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ତାଙ୍କ ଶ୍ଵଶୁର ଘର ବଣିଆବାହାଳରେ ଚଢ଼ାଉ କରାଯାଇ ୧୪୦ ଲିଟର ସ୍ପିରିଟ, ୩ ହଜାର ୫ଶହ ବୋତଲ ଠିପି, କାରାମେଲ ରଙ୍ଗ ଓ ଫ୍ଲେଭର ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

 

Leave A Reply

Your email address will not be published.