ଅନୁଗୁଳରେ ଆରମ୍ଭ ହେଲା ‘ମୋ ୱାର୍ଡ’

0

ଅନୁଗୁଳ: ଜଳ ସମସ୍ୟା ହେଉ କି ପରିମଳ ସମସ୍ୟା, ଏଣିକି ପୌର କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି । ପୌରପାଳିକା ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ପାଇଁ ମହତ୍ୱାକାଂକ୍ଷୀ ଯୋଜନା ‘ମୋ ୱାର୍ଡ’ ଆରମ୍ଭ ହୋଇଛି । ଏହି ଯୋଜନାରେ ପ୍ରତି ୱାର୍ଡରେ ଏକ କମିଟି ଗଠନ କରାଯିବ । ଏହି କମିଟି ପୌରପାଳିକା ପାଖରେ କେବଳ ଲୋକଙ୍କ ସମସ୍ୟା ନୁହଁ, ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଚିଠା ମଧ୍ୟ ପ୍ରସ୍ତୁତ କରିପାରିବ । ଅନୁଗୁଳ ପୌରାଞ୍ଚଳର ୧୭ ନମ୍ବର ୱାର୍ଡରେ ଗୁରୁବାର ‘ମୋୱାର୍ଡ’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ୱାର୍ଡ ବାସିନ୍ଦାମାନଙ୍କୁ ନେଇ ଏକ ୱାର୍ଡ଼ କମିଟି ଗଠନ କରାଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ୱାର୍ଡ କମିଟି ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ପୌରଯନ୍ତ୍ରୀ ସୀମାଞ୍ଚଳ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ପୌର କର୍ମଚାରୀ ଓ ଭରତ ନଗରବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!