୩୧ ତମ ଶ୍ରୀମଦ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ, ୯ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

You are currently viewing ୩୧ ତମ ଶ୍ରୀମଦ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ, ୯ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ କାଣ୍ଡସର ଗ୍ରାମ ପଞ୍ଚାୟତର ଶ୍ରୀରାମ ମଣ୍ଡପ ଠାରେ ଶ୍ରୀମଦ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ ହୋଇଛି। ୩୧ ତମ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ପାରାୟଣ ପରିଷଦ ଓ କାଣ୍ଡସର ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଏପ୍ରିଲ ୧୮ ରୁ ୨୬ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ପାରାୟଣ ଚାଲିବ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପବନ ଲୀଳା ଓ କୀର୍ତ୍ତି ସମ୍ବଳିତ ଗୋସ୍ୱାମୀ ସନ୍ଥ ତୁଳସୀ ଦାସ ଜୀ ମହାରାଜଙ୍କ ବିରଚିତ ଶ୍ରୀମଦ୍ ରାମଚରିତ ମାନସ ମହାଗ୍ରନ୍ଥାନୁମୋଦିତ ପ୍ରବଚନ ଜ୍ଞାନଯଜ୍ଞ କଥାବୃତରେ ବିଶିଷ୍ଟ ସାଧୁ ବ୍ୟାସ ଶ୍ରୀ ମୈଥିଳି ଦାସ ମହାରାଜ, ପଣ୍ଡିତ ବସନ୍ତ ପଣ୍ଡା, ପଣ୍ଡିତ ବସନ୍ତ ବିଶୋଇ ଓ ପଣ୍ଡିତ ଆଶୀର୍ବାଦ ମହାରାଜ ଯୋଗ ଦେବେ। ସନ୍ଧ୍ୟା ୭ଟାରୁ ୧୦ଟା ଯାଏଁ ଭକ୍ତମାନେ ପ୍ରବଚନ ଶୁଣିପାରିବେ। ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।

Share

Leave a Reply