ବିନା ନୋଟିସରେ ତାଳଚେରରେ ୪ ଦିନ ହେବ ଖଣି ବନ୍ଦ ଘଟଣାକୁ ଶିଳ୍ପାଞ୍ଚଳ ଶ୍ରମିକ ସଂଘର ପ୍ରତିବାଦ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

You are currently viewing ବିନା ନୋଟିସରେ ତାଳଚେରରେ ୪ ଦିନ ହେବ ଖଣି ବନ୍ଦ ଘଟଣାକୁ ଶିଳ୍ପାଞ୍ଚଳ ଶ୍ରମିକ ସଂଘର ପ୍ରତିବାଦ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର : ବିନା ନୋଟିସରେ ତାଳଚେରରେ ଥିବା ସମସ୍ତ ଖଣିକୁ ବିଧାୟକ ୪ ଦିନ ହେବ ବନ୍ଦ କରିଛନ୍ତି। ଫଳରେ ଗାଡ଼ି ମାଲିକ ଓ ଠିକା ଶ୍ରମିକମାନଙ୍କର ବହୁ ଆର୍ଥିକ କ୍ଷତି ହୋଇଛି ବୋଲି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ଅଭିଯୋଗ କରିଛି। ଏହାକୁ ପ୍ରତିବାଦ କରି ସଂଘର ସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଶ୍ରମିକମାନେ ଏକ ଶୋଭାଯାତ୍ରାରେ ତାଳଚେର ଉପଜିଲ୍ଲାପାଳଙ୍କ ପରିସରରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚାରି ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ତାଳଚେର ଭଳି ଶିଳ୍ପ ବହୁଳ ଅଞ୍ଚଳରେ ବିନା କାରଣରେ ଖଣି ଓ କଳକାରଖାନାଗୁଡିକୁ ବନ୍ଦ କରିବା ଦ୍ୱାରା ଅଞ୍ଚଳର ସମସ୍ତ ଠିକା ଶ୍ରମିକ ଓ ଟ୍ରକ ମାଲିକ ଜୀବିକା ହରାଉଛନ୍ତି। ଫଳରେ ତାଳଚେରର ଅର୍ଥନୈତିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡ଼ିଛି। ପୂର୍ବରୁ ମଧ୍ୟ ଖଣିରେ କାର୍ଯ୍ୟରତ ୨୦ହଜାର ଠିକା ଶ୍ରମିକଙ୍କ ମଧ୍ୟରୁ ଗତବର୍ଷ ମାର୍ଚ୍ଚ ୬ ହଜାର ଶ୍ରମିକଙ୍କୁ ଗିଫ୍‌ଟ କାର୍ଡ ପ୍ରଦାନ କରାଯାଇ ଅନ୍ୟମାନଙ୍କୁ ଦିଆଯାଇନଥିଲା। ବିଧାୟକଙ୍କର ଏପରି କାର୍ଯ୍ୟକଳାପରେ ତାଳଚେରବାସୀ ଅତିଷ୍ଠ ହୋଇ ପଡିଲେଣି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ଏଣୁ ୪ ଦିନ ଖଣି ବନ୍ଦ ହେବା ଫଳରେ ସମସ୍ତ ଠିକା ଶ୍ରମିକମାନଙ୍କୁ ମିଳିବାକୁ ଥିବା ପ୍ରାପ୍ୟ ପ୍ରଦାନ କରିବା ସହ ଉକ୍ତ ବ୍ୟକ୍ତିଙ୍କ ଠାରୁ କ୍ଷତି ପୂରଣ ଆଦାୟ କରାଯାଉ ବୋଲି ଦାବି କରିଛନ୍ତି।

ନଚେତ୍ ଏହି ପ୍ରସଙ୍ଗ ନେଇ ସଂଘ ତରଫରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଆଜିର ଦାବିପତ୍ର ପ୍ରଦାନ ସମୟରେ ସଭାପତି ଶ୍ରୀ ପ୍ରଧାନଙ୍କ ସମେତ ତୁଷାର କୁମାର ସାହୁ, ଚୈତନ୍ୟ ପ୍ରଧାନ ପ୍ରମୁଖ ଶତାଧିକ ଶ୍ରମିକ ଉପସ୍ଥିତ ଥିଲେ।

Share

Leave a Reply