ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ସେରେଣାବେଡ଼ା ଗ୍ରାମରେ ଖେଳୁ ଥିବା ସମୟରେ ଖସି ପଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ପଙ୍କଜ ନାଏକଙ୍କ ପୁଅ ସୂର୍ଯ୍ୟକାନ୍ତ ନାଏକ (୧୫)।
ସୂର୍ଯ୍ୟକାନ୍ତ ନିଜ ଘର ପାଖରେ ସାଙ୍ଗଙ୍କ ସହ ଖେଳୁ ଥିବା ସମୟରେ ହଠାତ୍ ଖସି ପଡିଥିଲେ। ଏହା ଦେଖି ସାଙ୍ଗ ମାନେ ସୂର୍ଯ୍ୟକାନ୍ତଙ୍କ ଘରକୁ ଖବର ଦେଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ ପକ୍ଷରୁ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି।