ଖେଳ ହେଲା କାଳ! ବଲ୍ ଆଣିବାକୁ ଯାଇ କୂଅରେ ଖସିପଡ଼ିଲା ନାବାଳକ

You are currently viewing ଖେଳ ହେଲା କାଳ! ବଲ୍ ଆଣିବାକୁ ଯାଇ କୂଅରେ ଖସିପଡ଼ିଲା ନାବାଳକ

ଅନୁଗୁଳ: ଖେଳୁ ଖେଳୁ କୂଅରେ ଖସିପଡ଼ିଲେ ନାବାଳକ। ଆଜି ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ହାକିମପଡ଼ା ସ୍ଥିତ ଲେକଚର କଲୋନୀ ନିକଟରେ ଥିବା ଜନ ସ୍ୱାସ୍ଥ୍ୟ ବିଭାଗର ଏକ ପରିତ୍ୟକ୍ତ କୂଅରେ ଜଣେ ନାବାଳକ ଗଳି ପଡ଼ିଛି। ନାବାଳକ ଜଣକ ହେଲେ ସୁକାନ୍ତ ମହାପାତ୍ରଙ୍କ ସାନ ପୁଅ ଭବାନୀ ଶଙ୍କର ମହାପାତ୍ର (୧୪)। ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ଅନୁସାରେ, ଭବାନୀ ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳୁଥିବା ବେଳେ ବଲଟି କୂଅରେ ପଡ଼ିଯାଇଥିଲା। ବଲ ଖୋଜିବାକୁ ସାଙ୍ଗମାନଙ୍କ ସହ ଭବାନୀ ବି ଆସିଥିଲେ। କିନ୍ତୁ ବଲ୍ ବାହାର କରିବାକୁ ଚେଷ୍ଟା କରୁଥିବେ ବେଳେ ଭବାନୀଙ୍କର ଗୋଡ଼ ଖସି ଯାଇଥିଲା, ଆଉ ସେ କୂଅରେ ବୁଡ଼ିଯାଇଥିଲେ। ଖବର ଲେଖା ହେବା ଯାଏଁ ମଧ୍ୟ ସେ କୂଅରେ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଅନୁଗୁଳ ଜନ ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

Share

Leave a Reply